ଡ଼ଙ୍ଗାବାଞ୍ଜିରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ମୁରିବାହାଲ, (ନାଗରାଜ ନ୍ୟୁଜ): ଆଜି ମୁରିବାହାଲ ବ୍ଲକ ମାଲିଶିରା ଗ୍ରାମ ସ୍ଥିତ ଡ଼ଙ୍ଗାବାଞ୍ଜି ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଆଜି ତାର ଫାଇନାଲ ମୁକାବିଲା ଥିଲା । ଯାହା ଖଗସା ଆଉ ଚାହାଁରଭଟା ମଧ୍ୟରେ ଥିଲା । ପ୍ରଥମେ ଖଗସା ଟସ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ସେ ୧୦ ଓଭରରେ ୭୬ ରନ ଟାର୍ଗେଟ ଦେଇଥିଲା । ଚାହାଁର ଭଟା ୮ ଓଭର ୨ ବଲରେ ବିଜୟ ହୋଇଥିଲା । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ ଚ୍ୟାୟରମ୍ୟାନ ହଂସୁରାଜ ଜୈନଙ୍କ ପୁଅ ଭରତ ଜୈନ । ଏହାସହ ମାଲିଶିରା ଗ୍ରାମର ସରପଞ୍ଚ ଦୋଳମଣୀ ବାଗ ଓ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ହୋଇ ବିଜେତା ଟିମକୁ ଟ୍ରଫି ପ୍ରଦାନ କରିଥିଲେ ।

Leave a Reply

Your email address will not be published.