କିନ୍ନରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସିଡବ୍ଲୁଡିଏସର ଅନନ୍ୟ ପ୍ରୟାସ

ପୁରୀ, (ନାଗରାଜ ନ୍ୟୁଜ): ଶିଶୁ ଏବଂ ମହିଳା ବିକାଶ ସୋସାଇଟି (ସି ଡବ୍ଲୁ ଡି ଏସ ) ର ଚେୟାରମ୍ୟାନ ମେଜର ଡା. କଳ୍ପନା ଦାସଙ୍କ ତତ୍ଵାବଧାନରେ, କରୋନା ମହାମାର କୁ ମୁକାବିଲା କରିବା ପାଇଁ, ସେଣ୍ଟ୍ରାଲ୍ ଆୟୁର୍ବେଦ ଅନୁସନ୍ଧାନ ପ୍ରତିଷ୍ଠାନ ଭୁବନେଶ୍ବର ସହଯୋଗରେ କିନ୍ନରମାନଙ୍କୁ କରୋନା ପ୍ରତିଷେଧକ ବୃଦ୍ଧିକାରୀ ଔଷଧ ବଣ୍ଟନ କରାଯାଇଥିଲା । ଏହି କାର୍ଯକ୍ରମରେ ସିଏଆରଆଇର ଡକ୍ଟର ସୁସ୍ମିତା ପି ଓଟ୍ଟା ଯୋଗଦେଇ କରୋନାରୁ କିପରି  ସୁରକ୍ଷିତ ରହି ପାରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । ମେଜର ଡକ୍ଟର କଳ୍ପନା ଦାସ ତାଙ୍କ ଅଭିଭାଷଣରେ କହିଥିଲେଯେ ଆମେ ସମସ୍ତେ ସମାଜରୁ ସବୁକିଛି ପାଇଥାଉ ତେଣୁ ପ୍ରତିଦାନରେ ଭେଦଭାବ ନକରି ଅନ୍ୟର ସେବା କରିବା ଆମର କର୍ତ୍ତବ୍ୟ । ଜୀବିକା ପାଇଁ କିନ୍ନର ସମ୍ପ୍ରଦାୟ ନିଜର ଭରଣ ପୋଷଣ ପାଇଁ ଆର୍ଥିକ ସାହାଯ୍ୟ ମାଗି ଅନ୍ୟମାନଙ୍କ ଉପରେ ନିର୍ଭର କରନ୍ତି । କିନ୍ତୁ ମହାମାରୀ କରୋନା ପ୍ରଭାବ ହେତୁ ସେମାନଙ୍କର ଆୟ ବହୁତ ହ୍ରାସ ପାଇଛି ଏବଂ ସେମାନଙ୍କ ଜୀବିକା ବିପଦରେ ଅଛି । କିନ୍ନରମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ତାଲିମ ପ୍ରଦାନ କଲେ ସେମାନେ ଅନ୍ୟ ପୁରୁଷ ଓ ମହିଳାମାନଙ୍କ ଭଳି ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ମତ ଦେଇଥିଲେ ।

ପ୍ରାୟ ୫୦ଜଣ କିନ୍ନର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସଡ଼କ ସୁରକ୍ଷାର ମାଷ୍ଟର ଟ୍ରେନର ଲକ୍ଷ୍ମଣ ସ୍ବାଇଁ ଯୋଗଦେଇ ଜୀବନ ରକ୍ଷକ କୌଶଳ ବିଷୟରେ ବୁଝାଇଥିଲେ । କିନ୍ନର ମାନେ ପ୍ରାୟତଃ ଟ୍ରେନ, ବସ ଷ୍ଟାଣ୍ଡ, ଜାତୀୟ ସଡ଼କ , ରାଜ୍ୟ ସଡ଼କ ଇତ୍ୟାଦିରେ ଛିଡା ରହି ଅନ୍ୟ ମାନଙ୍କୁ ସହାୟତା ମାଗି ଜୀବିକା ନିର୍ବାହ କରନ୍ତି । ଏହି ଜୀବନ ସୁରକ୍ଷା କୌଶଳ ଦ୍ଵାରା କିନ୍ନରମାନେ ଜଣେ ଗୁଡ ସମାରିଟାନ ହୋଇ ରାସ୍ତାରେ ଦୁର୍ଘଟଣା ଗ୍ରସ୍ଥ ଲୋକମାନଙ୍କ ଜୀବନ ବଞ୍ଚାଇବା ସହ ନିଜପାଇଁ ସମ୍ମାନ ସାଉଁଟି ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରି ପାରିବେ ବୋଲି ସ୍ବାଇଁ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଏନଜିଓ ମଦରର ସଚିବ ଶ୍ରୀମତୀ ସସ୍ମିତା ଦାଶ ଅତିଥି ଭାବରେ ଯୋଗଦେଇ କିନ୍ନରମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଇନର୍ ହ୍ୱିଲ୍ କ୍ଲବର ସଭାପତି ଶ୍ରୀମତୀ ରୋଜି ଦତ୍ତା ମହାପାତ୍ର ଯୋଗଦେଇ ସେମାନଙ୍କୁ ଫେସ ଶିଲ୍ଡ ବଣ୍ଟନ କରିଥିଲେ । ଡା.ବଦ୍ରି ନାଥ ମିଶ୍ର ମୁଖ୍ୟ ଅତିଥି ଏବଂ ଲାଲାଟେନ୍ଦୁ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ସିଡବ୍ଲୁଡିଏସର ଜିଲ୍ଲା ମୁଖ୍ୟ  କମଲ କୁମାର ଦାଶ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ହିମାଦ୍ରୀ ନାୟକ, ଅଭିଜିତ୍ ପଣ୍ଡା, ପ୍ରକାଶ ପରିଡା, ଚନ୍ଦନ ନାହକଙ୍କ ପରି ଅନେକ ସ୍ବେଚ୍ଛାସେବୀ ବିତରଣ କାର୍ଯ୍ୟରେ ସାହାଯ୍ୟ କରିଥିଲେ |

Leave a Reply

Your email address will not be published.