ପତ୍ର କୁଡ଼ିଆରେ ବିତୁଥିଲା ଦିନ, ସାହାର୍ଯ୍ୟର ହାତ ବଢାଇଲେ ଗଁଦିଆ ଡିଜିଟାଲ ମିଡିଆ ଆସୋସିଏସନ୍

 

ଗଁଦିଆ, (ନାଗରାଜ ନ୍ୟୁଜ): ନାଁ ଥିଲା ଆଧାର କାର୍ଡ, ନାଁ ଥିଲା ରାସନ କାର୍ଡ, ନାଁ ଥିଲା ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର । ଏହିଭଳି ଦୁର୍ଦ୍ଧଶାରେ ବିତୁଥିଲା ଜୀବନ । ଏଭଳି ଏକ ଦୁଃଖଦ ଦୃଷ୍ୟ ଦେଖିବାକୁ ମିଳିଛି ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମହୁଲଖୋଳି ଗ୍ରାମରେ । ଏହି ଗ୍ରାମର ଅନୁସୂଚିତ ଜନଜାତିର ସାତଗୋଟି ପରିବାରର ପ୍ରାୟ ୨୫ରୁ ଊର୍ଧ୍ୱ ଲୋକଙ୍କ ଜୀବନ ବିତୁଥିଲା ତାଳ ପତ୍ର କୁଡ଼ିଆରେ ।

 

ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ସାଜିଥିଲା ନିରବଦ୍ରଷ୍ଟା । ଏହି ସମୟରେ ସହଯୋଗ ହାତ ବଢ଼ାଇଥିଲା ଗଁଦିଆ ଡିଜିଟାଲ ମିଡିଆ ଆସୋସିଏସନର ସଭାପତି ପ୍ରଦିପ କୁମାର ଦାସ, ସାଧାରଣ ସମ୍ପାଦକ ବାଦଲ ମହାନ୍ତି, ସହ ସମ୍ପାଦକ ସୌମ୍ୟରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ଅକ୍ଷୟ କୁମାର ପାତ୍ର ଓ ସମସ୍ତ ଡିଜିଟାଲ ମିଡିଆର ପ୍ରତିନିଧିମାନେ ଓ ଉକ୍ତ ଗ୍ରାମର ହୃଦାନନ୍ଦ ପରିଡା (କାଳିଆ) ନାମକ ଜଣେ ସମାଜସେବୀ ।

ଉକ୍ତ ପରିବାରର ଆଧାର କାର୍ଡ ଏବଂ ରାସନ୍ କାର୍ଡ କରାଇବା ପାଇଁ ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘ ଦୁଇ ପରେ ଆଜି ସେଇ ଗରିବ ଜନଜାତିର ୨୫ରୁ ଊର୍ଧ୍ୱ ଲୋକଙ୍କୁ ମିଳିଛି ଆଧାର କାର୍ଡ ।

Leave a Reply

Your email address will not be published.