ରାସ୍ତା ପାଇଁ ୩ ଦିନ ଧରି ଚାଲୁଥିଲା ଆମରଣ ଅନଶନ, ବିଡିଓ ଦେଲେ ପ୍ରତିଶୃତି

ଢେଙ୍କନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ କାଶିପୁର ପଞ୍ଚାୟତର ତଳକାଶିପୁର ଗ୍ରାମକୁ ଗମନାଗମନ ପାଇଁ ରାସ୍ତା ଖଣ୍ଡିଏ ନଥିବାରୁ କାଶିଶ୍ୱରାୟ ଶିବ ମନ୍ଦିର ପ୍ରାଙ୍ଗଣରେ ଆଜକୁ ତିନି ଦିନ ଧରି ଆମରଣ ଅନଶନରେ ବସିଛନ୍ତି ଗ୍ରାମବାସୀ । ନବକାଶିପୁର ଗ୍ରାମର ଯୁବ ସମାଜସେବୀ ତପୁ ସତପଥିଙ୍କ ନେତୃତ୍ୱରେ ଦିର୍ଘ ତିନି ଦିନ ଧରି ଆମରଣ ଅନଶନରେ ବସିଥିଲେ ବି ପ୍ରଶାସନର ଦେଖା ନଥିଲା । ଖବର ପାଇଁ ଗଁଦିଆ ଡିଜିଟାଲ ମିଡିଆ ଆସୋସିଏସନର ସଭାପତି ପ୍ରଦିପ କୁମାର ଦାସ ଓ କୋଷାଧ୍ୟକ୍ଷ ଅକ୍ଷୟ କୁମାର ପାତ୍ର ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ବିଡିଓ ଆଶିଷ ରଞ୍ଜନ ସାହୁ, ତହସିଲଦାର ଗିତୁ ବେହେରା ଓ ବ୍ଲକ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ସ୍ଥିତ ପ୍ରଜ୍ଞ ମହାନ୍ତିଙ୍କୁ ଯୋଗାଯୋଗ କରିବା ପରେ ସମସ୍ତେ ଅନଶନ କ୍ଷେତ୍ରରେ ଉପସ୍ଥିତ ରହି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଅନଶନକାରୀଙ୍କ ସମସ୍ତ ସର୍ତ୍ତ ବିଡିଓ ଆଶିଷ ରଞ୍ଜନ ସାହୁ ପୁରଣ କରିବାପାଇଁ ପ୍ରତିଶ୍ରୁତି ଦେବା ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା । କିଛି ଅନଶନକରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେମାନଙ୍କୁ ଶ୍ରୀରାମଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।

Leave a Reply

Your email address will not be published.