ପୈାରପାଳିକାର ଉଚ୍ଛେଦ ପ୍ରକ୍ରିୟା ମାରିଛି ଫେଲ୍

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ରାସ୍ତା ପ୍ରଶସ୍ତିକରଣ ପାଇଁ କିଛି ଦିନ ପୂର୍ବେ ପୈାରପାଳିକା ଏବଂ ପୋଲିସ ପ୍ରଶାସନ ଦିନରାତି ଏକ କରି ଉଛେଦି ପ୍ରକ୍ରିୟା ଆରମ୍ଭ କରିଥିଲେ । ସେତେବେଳର ପୈାର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଲିପଲୋଇ, ରାଜଗାଙ୍ଗପୁର ବସଷ୍ଟାଣ୍ଡ, ସରକାରୀ ଡାକ୍ତରଖାନା ଓ ମାଟିଗେଟ ପ୍ରଭୁତି ସ୍ଥାନମାନଙ୍କରୁ ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ କରି ଥିଲେ । ଯାହାଫଳରେ ଟ୍ରାଫିକ ସମସ୍ୟା ଅନେକାଂଶରେ ସୁଧୁରିଯାଇଥିଲା । ହେଲେ ନିର୍ବାହୀ ଅଧିକାରୀଙ୍କ ବଦଳି ହେବାପରେ ଟ୍ରାଫିକ ସମସ୍ୟା ପୂର୍ବପରି ହୋଇଯାଇଛି । ଉଠାଦୋକାନୀମାନେ ପୁଣି ରାସ୍ତାକଡ଼ରେ ସେମାନଙ୍କ ଦୋକାନ ବଜାର ଖୋଲିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ବିଶେଷକରି ରାଜଗାଙ୍ଗପୁର ବସଷ୍ଟାଣ୍ଡ ଠାରୁ ଥାନା ପର୍ୟ୍ୟନ୍ତ ଉଠାଦୋକାନୀଙ୍କ ସବୁବେଳେ ଭିଡ଼ ଲାଗି ରହୁଛି । ନିର୍ବାହୀ ଅଧିକାରୀ ସହରବାସୀଙ୍କ ପାଇଁ ଯେଉଁ ଉଚିତ ପଦକ୍ଷେପ ନେଇଥିଲେ ତାହା ତାଙ୍କ ବଦଳି ପରେ ସବୁ ଫସର ଫାଟି ଯାଇଛି । ବେଳହୁଁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ପରେ ଅନେକ ଟ୍ରାଫିକ ସମସ୍ୟା ଦେଖାଦେବ ଏଥିରେ ସନ୍ଦେହ ନାହିଁ ।

Leave a Reply

Your email address will not be published.