ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନୂତନ ଛାତ୍ରାବାସର ହୀରକ ଜୟନ୍ତୀ ସମାରୋହ ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନୂତନ ଛାତ୍ରା ବାସର ହୀରକ ଜୟନ୍ତୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି l 1961ମସିହା ରେ ରେଭେନ୍ସା ଠାରେ ଏହି ନୂତନ ଛାତ୍ରା ବାସ ସ୍ଥାପନ କରାଯାଇଥିଲା l ଆଜି ଏହି ନୂତନ ଛାତ୍ରା ବାସ ଟି 61 ବର୍ଷ ରେ ପଦାର୍ପଣ କରିଛି l ଛାତ୍ରା ବାସରୁ ବହୁ ବୈଜ୍ଞାନିକ,ଶିକ୍ଷାବିତ ଏବଂ ବିଶିଷ୍ଟ ବ୍ୟକ୍ତି ମାନେ ସୃଷ୍ଟି ହୋଇ ବହୁ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ହୋଇଛନ୍ତି l ବିଶିଷ୍ଟ ବୈଜ୍ଞାନିକ ଆନ୍ତର୍ଜାତିକ ନୃତ୍ୟ ଶିଳ୍ପୀ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ପୁରାତନ କୁଳପତି ପଦ୍ମ ଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦି ଏବଂ ଆନ୍ତର୍ଜାତିକ ହକି ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତୀର୍କି, ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡ଼କ୍ଟର ସଞ୍ଜୟ କୁମାର ନାୟକ ଅତିଥି ଭାବରେ ଯୋଗଦେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ର ନୂତନ ଛାତ୍ରା ବାସ ର ହୀରକ ଜୟନ୍ତୀ ସମାରୋହ ଉଦଘାଟନ କରିଥିଲେ l ଡ଼କ୍ଟର ପ୍ରିୟମ୍ବଦା ହେଜମାଦି ପ୍ରଥମେ ନୂତନ ଛାତ୍ରା ବାସ ର ଏକ ଲୋଗ କୁ ଉଦଘାଟନ କରିଥିଲେ l ବିଭିନ୍ନ କ୍ଷେତ୍ର ରେ ଅବସ୍ଥାପିତ ବହୁ ପୁରାତନ ଅନ୍ତେବାସୀ l

ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ l ପ୍ରଥମ ଅଧିବେଶନ ରେ ଛାତ୍ରସଂଘ ର ହୀରକ ଜୟନ୍ତୀ ସ୍ମରଣୀକା ଏବଂ ନୂତନ ଛାତ୍ରା ବାସ ର ମୁଖପତ୍ର ପୁରବୀ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ଅନ୍ତେବାସୀ ମାନଙ୍କର ଏକ ଶୋଭାଯାତ୍ରା ବିଶ୍ୱବିଦ୍ୟାଳୟ ପରିକ୍ରମା କରିଥିଲା l ଆନ୍ତଃ ଛାତ୍ରା ବାସ ର ପ୍ରତିଯୋଗିତା ରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ପୂର୍ବତନ ଡି. ଜି ଅମୀୟ ଭୂଷଣ ତ୍ରିପାଠୀ, ପୂର୍ବତନ କୁଳପତି ପ୍ରକାଶ ଷଢଙ୍ଗୀ ପ୍ରମୁଖ ବହୁ ବିଶିଷ୍ଟ ଶିକ୍ଷାବିତ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ରେ ଡକ୍ଟର ରମେଶ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ l ଡ଼କ୍ଟର ଅରବିନ୍ଦ ବେହେରା, ପ୍ରଫେସର ଅଜୟ କୁମାର ମହାନ୍ତି, ଅଧ୍ୟାପକ ଗୋଦାବରୀ ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଅତିଥି ମାନେ ଉଦବୋଧନ ଦେଇ କହିଲେ ରେଭେନ୍ସା ର ଖ୍ୟାତି କେବଳ ଭାରତର ନୁହେଁ ସମଗ୍ର ବିଶ୍ୱରେ ପରିଚିତ l ଏହାର ଏକ ସ୍ୱତନ୍ତ୍ର ଇତିହାସ ରହିଛି l

Leave a Reply

Your email address will not be published.