ଆରମ୍ଭ ହେଲା ଶିକ୍ଷା ସଚେତନତା କାର୍ଯ୍ୟକ୍ରମ

ଖଇରା,(ନାଗରାଜ ନ୍ୟୁଜ): ଶିକ୍ଷା ହେଉଛି ଜୀବନର ମାନଦଣ୍ଡ । ଶିକ୍ଷା ବିନା ସମାଜର ଉନ୍ନତି ଅସମ୍ଭବ । ସାମ୍ପ୍ରତିକ ମହାମାରୀ ଠାରୁ ବିଦ୍ୟାଳୟକୁ ପିଲାମାନେ ଆସୁନଥିଲେ । ପୁନର୍ବାର ସେମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସରକାରଙ୍କର ଏ ପ୍ରକାର ଉଦ୍ୟମ । ଏଇ ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ତରଫରୁ ବାଲେଶ୍ବର ଜିଲ୍ଲା ଖଇରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ବାରା ଖଇରା ଅଞ୍ଚଳରେ ଶିକ୍ଷା ସଚେତନତା ରଥ ପରିଭ୍ରମଣ କରୁଅଛି । ଉକ୍ତ ରଥ ଖଇରା ଗୋଷ୍ଠୀ ସହ-ଶିକ୍ଷା ଅଧିକାରୀ ଶ୍ରୀଧର ବେହେରା ଓ ଗୌରାଙ୍ଗ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବ୍ଲକର ପ୍ରତ୍ୟେକ ଅଞ୍ଚଳରେ ଘୁରି ବୁଲୁଛି । ଏହାଦ୍ବାରା ୬ରୁ ୧୧ ବର୍ଷ ବୟସର ବାଳକ/ବାଳିକାମାନେ ଆକୃଷ୍ଟ ହୋଇ ପାଠପଢିବା ପାଇଁ ବିଦ୍ୟାଳୟକୁ ଆସିବା ନିମନ୍ତେ ଆହ୍ବାନ କରାଯାଉଛି ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.