ଖଇରା ବ୍ଲକରେ ନିର୍ବାଚନ ପ୍ରଚାର ଜୋରଦାର

ବାଲେଶ୍ଵର,(ନାଗରାଜ ନ୍ୟୁଜ):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ପ୍ରାର୍ଥୀ ମାନଙ୍କ ପ୍ରଚାର ଜୋରଦାର ହୋଇଛି । ସେଥି ମଧ୍ୟରୁ ପ୍ରଚାର କ୍ଷେତ୍ରରେ ଶ୍ୟାମସୁନ୍ଦରପୁର ପଞ୍ଚାୟତ ସବୁଠାରୁ ଆଗରେ ଅଛି । ସରପଞ୍ଚ ପଦବୀ ପାଇଁ ବନିତା ପ୍ରଧାନ ମାଛ ଚିହ୍ନରେ ଲଢୁଥିବା ବେଳେ ସମିତି ସଭ୍ୟ ପଦବୀ ପାଇଁ ବାସନ୍ତୀ ମହାନ୍ତି କେଟିଲ ଚିହ୍ନରେ ଲଢୁଛନ୍ତି । ପ୍ରତ୍ୟେକ ଗ୍ରାମର ପ୍ରତି ଘରକୁ ଘର ବୁଲି ଭୋଟରମାନଙ୍କୁ ଭେଟୁଛନ୍ତି ପ୍ରାର୍ଥୀ ଦ୍ୱୟ ।

ଗ୍ରାମ ପଞ୍ଚାୟତର ଉନ୍ନତି, ବିକାଶ ଓ ସ୍ୱାଭିମାନକୁ ପଞ୍ଚାୟତ ଠାରୁ ଆରମ୍ଭ କରି ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଆଗେଇ ନେବା ପ୍ରାର୍ଥିନୀ ଦ୍ୱୟଙ୍କର ମୂଳ ଲକ୍ଷ୍ୟ ବୋଲି ସମସ୍ତଙ୍କୁ ବୁଝାଉଛନ୍ତି । ଜଣେ ସଚ୍ଚୋଟ, ନୀରିହା, ପରୋପକାରୀ, ସ୍ନେହୀ, ମିଷ୍ଟଭାଷୀ, ନ୍ୟାୟୟବନ୍ତ, ଧର୍ମପରାୟଣା ଓ ସମାଜସେବାରେ ଅଞ୍ଚଳରେ ସୁନାମ ଥିଵାରୁ ପଞ୍ଚାୟତବାସୀ ଉକ୍ତ ପଦବୀ ନିମନ୍ତେ ଯୋଗ୍ୟ ବୋଲି ଉପଲବ୍ଧି କରିଛନ୍ତି । ତେଣୁ ସମସ୍ତଙ୍କ ମୁହଁରେ ବନିତା ଓ ବାସନ୍ତୀ ନିଶ୍ଚୟ ହେବେ ନେତା । ଏଥିପାଇଁ ପଞ୍ଚାୟତର ଭୋଟର ମାନେ ଏହି ଦୁଇ ଜଣଙ୍କୁ ନେତା ଭାବେ ପସନ୍ଦ କରିଥିବାରୁ ଆଗାମୀ ତା ୨୦/୦୨/୨୨ ରିଖରେ ଜିତାଇବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଛନ୍ତି ।

 

Leave a Reply

Your email address will not be published.