ଘରୋଇ ବସ ମାଲିକ ସଂଘର ନିର୍ବାଚନ ଶେଷ

କଟକ, (ନାଗରାଜ ନ୍ୟୁଜ): କଟକ ଘରୋଇ ବସ ମାଲିକ ସଂଘର ନିର୍ବାଚନ ଶେଷ ହୋଇଛି। ଏହି ନିର୍ବାଚନରେ ସମସ୍ତ କର୍ମକର୍ତ୍ତା ମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସଭାପତି ଭାବରେ ପ୍ରିୟବ୍ରତ ତ୍ରିପାଠୀ, ସାଧାରଣ ସମ୍ପାଦକ ଭାବରେ ଅଜୟ କୁମାର ବାରିକ, କୋଷାଧ୍ୟକ୍ଷ ଭାବରେ ରବୀନ୍ଦ୍ର କୁମାର ସିଂ ନିର୍ବାଚିତ ହୋଇଛନ୍ତି । ସେହିପରି ଉପ ସଭାପତି, ସହ ସମ୍ପାଦକ ଓ ପରିଚାଳନା କମିଟିର ସମସ୍ତ ସଭ୍ୟ ମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଆଗକୁ ବସ ମାଲିକ ମାନଙ୍କର ଅସୁବିଧା, ପରମିଟ ଓ ଅନ୍ୟାନ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ଗୁଡିକ ଉପରେ କାର୍ଯ୍ୟ କରାଯିବ ବୋଲି ନିର୍ବାଚିତ ପ୍ରତିନିଧିମାନେ ପ୍ରକାଶ କରିଛନ୍ତି । ସଂଘର ନିର୍ବାଚନରେ ଇଲେକ୍ସନ ଅଫିସର ଭାବେ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିଥିଲେ ପୂର୍ବତନ ବିଧାୟକ ରବୀନ୍ଦ୍ର କୁମାର ମଲ୍ଲିକ ।

Leave a Reply

Your email address will not be published.