ହାତୀ ଅସୁସ୍ଥ, ଫେଲ୍ ମାରିଲା ଟ୍ରାଙ୍କୁଲାଇଜର ଟିମ୍

କଟକ, (ନାଗରାଜ ନ୍ୟୁଜ ): ଆଠଗଡ଼ ବନଖଣ୍ଡରେ ହାତୀ ଅସୁସ୍ଥ । ଅସୁସ୍ଥ ହାତୀକୁ ଚିକିତ୍ସା କରିବା ପାଇଁ ବନବିଭାଗ କରିଛି ଅପରେସନ ଗଜରାଜ । ଆଠଗଡ଼କୁ ଆସିଥିବା ୨୨ ଟିକିଆ ହାତୀ ପଲ୍ଲ ମଧ୍ୟରୁ ଗୋଟିଏ ହାତୀ ଗୋଡ଼ରେ ଗୁରୁତର ଆଘାତ ଲାଗିଛି । ଦୀର୍ଘ ଦିନ ଧରି ଜଙ୍ଗଲରେ ହାତୀଟି ଛୋଟେଇ ଛୋଟେଇ ଚାଲୁଥିଲା । ହାତୀ ଗୋଡରେ କିପରି ଆଘାତ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଗତକାଲି ରାତିରେ ଅସୁସ୍ଥ ହାତୀଟିକୁ ଠାବ କରାଯାଇ ଆଜି ସକାଳୁ ଟ୍ରାଙ୍କୁଲାଇଜ କରିବାକୁ ସୁବାଷି ଜଙ୍ଗଲରେ ବନ ବିଭାଗର ଉଦ୍ୟମ ଚଳାଇଥିଲେ । କିନ୍ତୁ ସନ୍ଧ୍ୟା ସୁଧା ସଫଳ ହୋଇପାରିନି ଟ୍ରାଙ୍କୁଲାଇଜ୍ । ଅସୁସ୍ଥ ହାତୀଟି ହାତୀଙ୍କ ପଲ ଭିତରେ ରହୁଥିବାରୁ ଫେଲ୍ ମାରିଛି ଟ୍ରାଙ୍କୁଲାଇଜର ଟିମ୍ । ଏଠି ପ୍ରଶ୍ନ ଉଠୁଛି କେମିତି ଓ କେଉଁ ପରିସ୍ଥିତିରେ ବନବିଭାଗ ହାତୀଟିକୁ ଚିକିତ୍ସା କରିବ ।

Leave a Reply

Your email address will not be published.