ମହିଳାଙ୍କ ପ୍ରତି ହିଂସା ବିରୁଦ୍ଧରେ୧୬ଦିନିଆ ସଚେତନତା କାର୍ଯ୍ୟକ୍ରମର ସମାରୋପ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ମହିଳା ଓ ବାଳିକା ଗ୍ରାମପଞ୍ଚାୟତ ପ୍ରକଳ୍ପ (ୟୁଏନଏଫପିଏ, ଶୋଭା, ପ୍ରେମ )ଆନୁକୁଲ୍ୟରେ ମହିଳାଙ୍କ ପ୍ରତି ହିଂସାକୁ ବିରୋଧ କରି ୧୬ ଦିନିଆ ସଚେତନ କାର୍ଯ୍ୟକ୍ରମର ଆଜି ଅପରାହ୍ନରେ ଗଁନ୍ଦିଆ ବ୍ଲକସଭାଗୃହରେ ସମାରୋପ ହୋଇଯାଇଛି । ସୂଚନା ଥାଉକି ଗତ ୨୫ ନଭେମ୍ବରରୁ ଆରମ୍ଭ ହୋଇ ଆଜି ମାନବୀୟ ଅଧିକାର ଦିବସରେ ଶେଷ ହୋଇଛି । ଏହି ସଭାରେ ଗଁନ୍ଦିଆ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କର ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଏନଏଚଏମ ଆଡଲସେଣ୍ଟ ମେଂଟର ପ୍ରଳୟ ଦାସ, ସମ୍ମାନିତ ଅତିଥୀ ଭାବେ ସମ୍ୱନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ବ୍ଲକ ଅଧିକାରିଣୀ ଉର୍ମିଳା ଦେହୁରୀ, ଏବିଇଓ ଜ୍ୟୋତିର୍ମୟୀ ନାଥଶର୍ମା, ବିପିସି ମିଶନ ଶକ୍ତି ସସ୍ମିତା ରାଉତ, ବିପିଏମ ବୀରକିଶୋର ପଣ୍ଡା, ଗଁନ୍ଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନର ସଭାପତି ପ୍ରଦୀପ ଦାସ, ବାଳିକା ଓ ମହିଳା ଗ୍ରାମପଞ୍ଚାୟତ ପ୍ରକଳ୍ପର ଜିଲ୍ଲା ସଂଯୋଜିକା ବିଜୟଲକ୍ଷ୍ମୀ ସିଂ ଓ ପୋରୁହଖୋଜ ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା ଯୋଗ ଦେଇ ଘରୋଇ ହିଂସା ଓ କିଶୋରୀ ମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନା, କର୍ମକ୍ଷେତ୍ରରେ କର୍ମଜୀବୀ ମହିଳାମାନଙ୍କ ଉପରେ ହେଉଥିବା ଶାରୀରିକ ଓ ମାନସିକସ୍ତରରେ ନିର୍ୟାତନା, ଲିଙ୍ଗଗତ ଭେଦଭାବ ଓ ବାଲ୍ୟ ବିବାହ ଯୌତୁକ ପ୍ରଥା ପରି କୁସଂସ୍କାର ଏବଂ କୁପ୍ରଥା କିପରିଭାବେ ସମାଜରୁ ଦୂର ହୋଇପାରିବ ଏହା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେବା ସହିତ ଆଜିର ବିଶ୍ୱ ମାନବୀୟ ଅଧିକାର ଦିବସରେ ଏହିସବୁ କୁସଂସ୍କାର ଓ କୁପ୍ରଥା ଓ ମହିଳାଙ୍କ ପ୍ରତି ସମସ୍ତ ପ୍ରକାର ହିଂସାକୁ ବିରୋଧ କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ ।

ଗଁନ୍ଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ସଚେତନା ମୂଳକ କାର୍ଯ୍ୟକ୍ରମ ପାଇଁ ଜିପିଡିପିରେ ବଜେଟ ଅନ୍ତର୍ଭୁକ୍ତ କରିବା ପାଇଁ ଚଳିତବର୍ଷର ଶେଷ ପଞ୍ଚାୟତ ଗ୍ରାମସଭାରେ ପଞ୍ଚାୟତଗୁଡ଼ିକୁ ପତ୍ର ମାଧ୍ୟମରେ ସୂଚିତ କରିଥିବାରୁ ବିଡିଓ ଓ ଜିପିଓ ଅଭିରାମ ନାୟକଙ୍କୁ ଆଜିର ସଭା ମାଧ୍ୟମରେ ସାଧୁବାଦ ଜଣାଯାଇଛି । ଏହି କାକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, କିଶୋରୀ ବାଳିକା, ଏଏନଏମ ଓ ଓକିଲ ଅଂଶଗ୍ରହଣ କରିଥିଲେ । ବାଳିକା ଓ ମହିଳା ଗ୍ରାମପଞ୍ଚାୟତ ପ୍ରକଳ୍ପର ବ୍ଲକ ସଂଯୋଜୀକା ଶୁଭଶ୍ରୀ ପାଇଟାଳ ସଭାପତିତ୍ୱ କରିବା ସହିତ ଏହି ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published.