ରାଜଗାଙ୍ଗପୁର ପୌର ନିର୍ବାନରେ ବଦଳୁଛି ସମୀକରଣ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ପୌର ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି । ନିର୍ବାଚନ ସମୀକରଣ ମଧ୍ୟ ବଦଳିବାରେ ଲାଗିଛି। ସହରରେ ବର୍ତ୍ତମାନ ଘଡିକେଘୋଡା ଛୁଟୁଛି । ଅଧ୍ୟକ୍ଷ ପଦ କିଏ ହାତେଇବ ସେଥିପାଇଁ ଅଙ୍କକଷା ଚାଳିଛି ।୨୦ୱାର୍ଡ ଥିବା ଏହି ପୌରପାଳିକାରେ କାଉନସିଲର ପାଇଁ ୯୬ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ହେଲେ ଶେଷ ଦିନରେ ୫ଜଣ କାଉନସିଲର ସେମାନଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଥିଲେ। ସେହିପରି ଅଧକ୍ଷ ପଦପାଇ ୧୧ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ପ୍ରତ୍ୟାହାର ଦିନ, ବାହାବେଦୀରୁ କନିଆଁ ଛୁ କରିଲା ପରି ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଇଫତିହାରଅହମଦ(ପାକାବାବୁ) ଦଳକୁ ଧୋକାଦେଇ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଥିଲେ। ଯାହାଫଳରେ କଂଗ୍ରେସ ମହଳରେ ଭାଲେଣି ପଡ଼ିଯାଇଥିଲା। ପରେ ରାଜଗାଙ୍ଗପୁର କଂଗ୍ରେସ ବିଧାୟକ ଡଃ ସିଏନରାଜନ ଏକ୍କା ଏବଂ ଦଳର ଅନ୍ୟ ବରିଷ୍ଠ ନେତା,କର୍ମୀଙ୍କ ସହିତ ଗମ୍ଭୀର ଆଲୋଚନା କରିବା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ଅଧ୍ୟକ୍ଷ ପଦ ପାଇଁ ଛିଡା ହୋଇଥିବା ସହରର ଜଣାଶୁଣା ଶାନ୍ତି ସେବାସଦନରହସ୍ପିଟାଲର ଡାକ୍ତର ଜୟଦେବ ଦାସ ଙ୍କୁ ଦଳ ବର୍ତ୍ତମାନ ବାଧ୍ୟ ହୋଇ ସମର୍ଥନ କରୁଛି। ଅନ୍ୟ ପକ୍ଷରେ ଭାରତୀୟ ଜନତା ପାର୍ଟିର ରୁ କୁଲଦୀପ ସିଂ, ବିଜେଡି ପକ୍ଷରୁ ମାଧୁରୀ ଲୁଗୁନ୍ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ମଇଦାନରେ ରହି ଭୋଟରଙ୍କୁ ମନାଇବା ପାଇଁ ଜୋରସୋରରେ ଉଦ୍ୟମ କରୁଛନ୍ତି। ସେହିପରି ପୂର୍ବରୁ ଦୁଇ ଥର କାଉନସିଲର, ଥରେ ଉପାଧ୍ୟକ୍ଷ ଏବଂ ଥରେ ଅଧ୍ୟକ୍ଷ ପଦ ହାତେଇଥିବାସହରର ପୁରୁଣା ଚେହେରା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ରାଉତ ଙ୍କ ରାଜଗାଙ୍ଗପୁର ସହରରେ ବେଶ୍ ଦବଦବା ରହିଛି, ହେଲେ ଏମିତି ରେ ଭୋଟରଙ୍କ ମନ କିଏ ଜିଣି ପାରୁଛି ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ସହିତ ସୁରେସ କୁଜୁରଙ୍କ ରିପୋର୍ଟ 

Leave a Reply

Your email address will not be published.