ମାରଓ୍ବାଡି ମହିଳା ସମିତିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଯ୍ୟକ୍ରମ

ପୁରୀ, (ନାଗରାଜ ନ୍ୟୁଜ): ଆଜି ପୁରୀ ମାରଓ୍ବାଡି ମହିଳା ସମିତି ର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଭବ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବଡଦାଣ୍ଡ ସ୍ଥିତ ରାଣୀସତି ଭବନଠାରେ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ନୃତ୍ୟ ଗୀତ ଓ ଭଜନ ପରିବେଷଣ ସହ ସମସ୍ତ ବାଳଗୋପାଳଙ୍କ ସହ ହୋଲି ର ଆସର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସମୟରେ ସମିତି ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ, ଯଥା – ବାଳବିକାଶ, ନେତ୍ରଦାନ, ରକ୍ତଦାନ, ପର୍ଯ୍ୟାବରଣ ପରିପୋଷଣ ଆଦି…। ଭାଦ୍ରବ ଅମାବାସ୍ୟା ଦିନ ବହୁ ଜାକଜମକରେ ଉତ୍ସବ ପାଳନ କରାଯାଏ। ବିଭିନ୍ନ ସମୟରେ ଅନ୍ନ, ଜଳ ଓ ବସ୍ତ୍ରଦାନ କରାଯାଇଥଏ ।ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଡ୍ରେସ୍, ଖାତା, କଲମ, ପେନସିଲ ଇତ୍ୟାଦି ଦିଆଯାଇଥାଏ। ବୃଦ୍ଧାଶ୍ରମ ଠାରେ aqua guard, grinder, cooker, ରାଶନ ସାମଗ୍ରୀ ଓ ବସ୍ତ୍ର ଇତ୍ୟାଦି ଦାନ କରାଯାଏ । ଏଥିରେ ସହଯୋଗକାରି ଭାବେ ଶ୍ରୀଯୁକ୍ତ ସନ୍ତୋଷ ଚନ୍ଦୁକା ଓ ଶ୍ରୀଯୁକ୍ତ ଗୋପାଲ ପଟଓ୍ବାରି ଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ ଜଣାଉଛୁ। ସମସ୍ତ ସଦସ୍ୟ ବୃନ୍ଦଙ୍କୁ ମଧ୍ଯ ହୃଦୟରୁ ଧନ୍ୟବାଦ ଯେ ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସମିତି ର ଅଧ୍ୟକ୍ଷା ଶ୍ରୀମତୀ ଉର୍ମିଲା ଅଗ୍ରଓ୍ବାଲ, ସଚିବ ମଂଜୁ ପଟଓ୍ବାରି ଓ କୋଷାଧ୍ୟକ୍ଷା ଶଶୀ ଅଗ୍ରଓ୍ବାଲ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published.