ମାଲିକଙ୍କ କଥାକୁ ରକ୍ଷା କରି ପ୍ରାଣର ଆହୁତି ଦେଲା ବିଶ୍ୱସ୍ତ କୁକୁର

ଭୂବନେଶ୍ୱର: ଜନମୁଖରୁ ଶୁଣାଯାଏଯେ କୁକୁର ହେଉଛି ଏକ ବିଶ୍ୱସ୍ତ ପ୍ରାଣୀ । ତେଣୁ ଏହି ଜନ ସମାଜ କୁକୁରକୁ ପାଳିବା ସହ ଘର ଜଗୁଆଳି ଭାବେ କୁକୁରକୁ ଘର ଜଗେଇ ନିଜ କାର୍ୟ୍ୟରେ ବାହାରି ଯାଇଥାନ୍ତି । ଆଉ ଏମିତିବି ଅନେକ ନିଦର୍ଶନ ଅଛିଯେ ନିଜ ମାଲିକକୁ ବଞ୍ଚାଇବାକୁ ଯାଇ କୁକୁର ନିଜର ବଳିଦାନ ଦେଇଛନ୍ତି । ସେପରି ଏକ ଦୁଖଦଃ ପୂର୍ଣ୍ଣ ଘଟଣା ଘଟିଛି ଉତ୍ତର ଭୂବନେଶ୍ୱର ଗଣ୍ଡରପୁର ଟାଙ୍ଗିବନ୍ତ ରୋଡ଼ ଏକ ମଠ ପାଖରେ ରହୁଥିବା ଜଣେ ଏକ୍ସ ଆର୍ମିଙ୍କ ଘରେ । ଏକ୍ସ ଆର୍ମି କବି ନାୟକ ଓ ତାଙ୍କ ସ୍ତ୍ରୀ କୌଣସି କାମରେ ଭୁବନେଶ୍ୱର ଯିବାର ଥିଲା ।

ଏଣୁ ତାଙ୍କର ପାଳିତ କୁକୁରଟିର ଖାଦ୍ୟ ବ୍ୟବସ୍ଥା କରିଦେଇଥିଲେ । ଆଉ ଗଲାବେଳେ କୁକୁରଟିକୁ କହି ଯାଇଥିଲେକି ଆମେ ଯାଉଛୁ । ଘରେ ଭାଇମାନେ (କବିଙ୍କ ପିଲାମାନେ)ଅଛନ୍ତି । ଆମେ ଆସିଲା ଯାଏ ଟିକେ ନଜର ରଖିଥିବୁ । ଏତିକି କହି କବିବାବୁ ଓ ତାଙ୍କ ସ୍ତ୍ରୀ ସହର ଭିତରକୁ ତାଙ୍କ କାମରେ ଯାଇଥିଲେ । ଆସି ଦେଖିଲା ବେଳକୁ ଘର ଦୁଆର ମୁଁହରେ ଗୋଟେ ତମ୍ପ ସାପ ଓ କୁକୁରଟି ମରି ପଡିଛନ୍ତି । ଘରେ ପିଲାମାନଙ୍କୁ ଡାକି ପଚାରି ବୁଝିଲେଯେ ସେ ଯିବାର କିଛି ସମୟ ପରେ କୁକୁର ବହୁତ ଭୁକୁଥିଲା । ହେଲେ ଦିନରେ କିଏ ଚୋର କାହିଁ ଆସିବ ଭାବି ସେମାନେ ଆଉ କବାଟ ଖୋଲି ନଥିଲେ । କୁକୁରଟି ନିଜ ମାଲିକ ମଳିକିଆଣି କଥା ରକ୍ଷାକରି ତାଙ୍କ ପିଲାମାନଙ୍କୁ ରକ୍ଷା କରିବାକୁ ଯାଇ ତମ୍ପ ସାପଟିକୁ ଘରେ ପୁରାଇ ଦେଇ ନଥିଲା । ଏହି ସାପ କୁକୁର ଲଢେଇରେ ଉଭୟ ୨ ପ୍ରାଣୀଙ୍କ ଜୀବନ ଯାଇଥିବା ସିସିଟିଭିରୁ ଜଣା ପଡିଥିଲା ବୋଲି ନାୟକ କହିଛନ୍ତି ।

Leave a Reply

Your email address will not be published.