ଗୋଲ୍ଡେନ ପ୍ୟାଲସରେ ପାର୍ବଣ ଉତ୍ସବ ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ ପାର୍ବଣ ଉତ୍ସବ ସ୍ଥାନୀୟ ଗୋଲ୍ଡେନ ପ୍ୟାଲସରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଆସିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ବିଧାୟକଙ୍କ ଅନୁପସ୍ଥିତ କାରଣରୁ ହୋଟେଲ ମାଲିକ ଦୀପ ଜାଳି ଶୁଭାରମ୍ଭ କରିଥିଲେ । ସବୁଠାରୁ ବଡ଼ କଥା ହେଲା ଆସିଥିବା ସମସ୍ତ ଦର୍ଶକଙ୍କ ମୁହଁରେ ମାସ୍କ ନଥିବାର ଦେଖିବାକୁ ମିଳିଥିଲା । ଏଠାରେ ସଂମ୍ପୂର୍ଣ୍ଣ ଭାବରେ କୋଭିଡ ନିୟମକୁ ବେଖାତିର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ ଓ ବାହାରର ଲୋକମାନେ ଆସି ଭରପୂର ମନୋରଞ୍ଜନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.