ପ୍ରଥମ ବାର୍ଷିକ ବେଗା ମହୋତ୍ସବ ଉଦଘାଟିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର ବେଗା ଗ୍ରାମପଞ୍ଚାୟତ ବେଗା ଗ୍ରାମରେ ମା ତାରିଣୀ ଫ୍ରେଣ୍ଡ୍ସେ କ୍ଳବ୍ ସହଯୋଗରେ ପ୍ରଥମ ବାର୍ଷିକ ବେଗା ମହୋତ୍ସବ ଉଦଘାଟନ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀ ଭୂୟାଁ, ସ୍ଥାନୀୟ ସରପଞ୍ଚ ସୁଧାଂଶୁବାଳା ସାହୁ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ଓ ପୂର୍ବତନ ଶିକ୍ଷକ ଚନ୍ଦ୍ରକାନ୍ତ କାନୁନଗୋ ପ୍ରମୁଖ ଯୋଗଦେଇ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଗଁନ୍ଦିଆ ଡିଜିଟାଲ ମିଡିଆ ଆସୋସିଏସନର ସାଧାରଣ ସମ୍ପାଦକ ବାଦଲ ମହାନ୍ତି ଓ କୋଷାଧ୍ୟକ୍ଷ ଅକ୍ଷୟ ପାତ୍ରଙ୍କ ସମେତ ବେଗା ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା ।

ଆଗାମୀ ବର୍ଷ ଗୁଡ଼ିକରେରେ ଉକ୍ତ ଉତ୍ସବକୁ କିପରି ସରସ ସୁନ୍ଦର କରାଯାଇପାରିବ ସେଥିପାଇଁ ବକ୍ତାମାନେ ନିଜନିଜର ଅଭିଭାଷଣରେ ମତ ବ୍ୟକ୍ତ କରିଥିଲେ । ଉତ୍ସବରେ ସ୍ଥାନିୟ କଳାକାର ତଥା କୁନିକୁନି ପିଲାମାନଙ୍କ ଦ୍ୱାରା ନାଚଗୀତର ଆୟୋଜନ କରାଯାଇଥିଲା । ମିନା ବଜାରର ମଜା ନେବା ସହ ବିଭିନ୍ନ ଦୋଳିର ମଜା ଦର୍ଶକମାନେ ନେଉଥିବା ଦେଖିବାକୁ ମିଳିଥିଲା । ଆସନ୍ତା ଗୁରୁବାର ଦିନ ଏହି ଉତ୍ସବ ଉଦଯାପିତ ହେବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.