ପହିଲି ଭୋଗ ନୀତି, ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କ ଭିଡ଼

ପୁରୀ, (ନାଗରାଜ ନ୍ୟୁଜ): କୁହାଯାଏ କାଳିଆର ଡୋରି ନଲାଗିଲେ କେହି ପୁରୀ ଯାଏଁ ପହଞ୍ଚି ପାରନ୍ତି ନାହିଁ । ଆଉ ଡୋରି ଲାଗିଲେ କେହି ରୋକି ପାରନ୍ତି ନାହିଁ । ଆଜି କାଳିଆର ଡୋରି କାହିଁ କେତେ ଦୂରରୁ ଭକ୍ତଙ୍କୁ ଟାଣି ଆଣିଛି ପୁରୀ ବଡ଼ଦାଣ୍ଡକୁ । ଏହାର ପ୍ରତିଫଳ ଦେଖିବାକୁ ମିଳିଛି ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ଭକ୍ତଙ୍କର ଅସମ୍ଭାଳ ଭିଡ଼ । ମହାପ୍ରଭୁଙ୍କୁ ଆଖିଭରି ଦେଖିବା ପାଇଁ ବଡଦାଣ୍ଡରେ ପ୍ରାୟେ ଅଧା କିଲୋମିଟର ଯାଏଁ ଲମ୍ବା ଧାଡିରେ ଭକ୍ତ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ପହିଲି ଭୋଗ ଥିବାରୁ ପ୍ରାୟ ୭୦ ହଜାର ଭକ୍ତଙ୍କର ଲମ୍ବାଧାଡି ଲାଗିଥିବାର ଦେଖିବାକୁ ମିଳିଛି । ଏହାଉପରେ ସୋମବାର ଥିବାରୁ ନାହିଁ ନଥିବା ଭକ୍ତଙ୍କ ଭିଡ ଜମିଛି । ପୁରୀ ସହରରେ ଯାତାୟାତ ରାସ୍ତାକୁ ପରିବର୍ତନ କରି ସିଧା ସଳଖ ଭିଆଇପି ରାସ୍ତା ଦେଇ ଯିବା ବଦଳରେ ରେଡକ୍ରୋଶ ରୋଡ ଓ ଅନ୍ୟ ରାସ୍ତା ଦେଇ ମୋଟର ଗାଡି ନିୟନ୍ତ୍ରଣ କରାଯାଇଥିଲା । ଶ୍ରୀମନ୍ଦିର ରେ ପହିଲି ଭୋଗ ନୀତି ଯୋଗୁ ସଅଳ ନୀତିକାନ୍ତି ହେଉଛି । ଏହି କାରଣରୁ ଭକ୍ତଙ୍କ ସୁଅ ଛୁଟୁଛି ।

Leave a Reply

Your email address will not be published.