ଶ୍ରୀମନ୍ଦିରରେ ଆଜିଠାରୁ ପହିଲି ଭୋଗ ନୀତି ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ ): ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି । ଏହି ଦିନଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହେବ । ମାସେ ଧରି ଏହି ନୀତି ଚାଲିବ । ସଅଳ ନୀତି ସାଙ୍ଗକୁ ସଅଳ ଅଭଡ଼ା ଭି ବାହାରିବ । ଡିସେମ୍ବର ୧୬ରୁ ଜାନୁଆରୀ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପହିଲି ଭୋଗର ନୀତି ପାଇଁ ପ୍ରତିଦିନ ରାତି ୨ଟାରେ ମନ୍ଦିର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ । ପହିଲି ଭୋଗର ସ୍ୱତନ୍ତ୍ରତା ହେଉଛି ଏହି ସମୟରେ ମା’ ଲଷ୍ମୀ ବାପ ଘରକୁ ଯାଇଥାନ୍ତି । ମହାଲଷ୍ମୀଙ୍କ ବଦଳରେ ଏହି ସମୟରେ ମହାପ୍ରଭୁଙ୍କୁ ତାଙ୍କ ମା’ ଶ୍ରଦ୍ଧାରେ ତାଙ୍କ ହାତରନ୍ଧା ଖାଦ୍ୟ ପରସି ଦିଅନ୍ତି । ପୁଅର ଭୋକ ସମ୍ଭାଳି ନ ପାରି ସଅଳ ରୋଷେଇ ସାରି ଖାଇବାକୁ ଦିଅନ୍ତି ମା’ । ଏଥିନେଇ ଏହି ଭୋଗକୁ ପହିଲି ଭୋଗ କୁହାଯାଏ । ଏହି ଭୋଗ ନେବାକୁ ଭକ୍ତମାନେ ଲମ୍ବା ଧାଡି ଲଗାନ୍ତି ଆନନ୍ଦ ବଜାରରେ । ଶ୍ରୀମନ୍ଦିରରେ ନୀତି ଅନୁଯାୟୀ ରାତି ୨ଟାରେ ଦ୍ୱାର ଫିଟା ନୀତି । ଭୋର ୪ଟାରେ ଅବକାଶ । ୪.୪୫ରେ ସୂର୍ୟ୍ୟ ପୂଜା । ୫ଟାରେ ଦ୍ୱାର ପାଳ ପୂଜା ଓ ବେଶ ଶେଷ ନୀତି ଅନୁଷ୍ଠିତ ହେବ ।

Leave a Reply

Your email address will not be published.