ଗୁଣ୍ଠିକିଆ ପଟା ଜମି ଏବଂ ଗୋଚର ଜମି ଏବେ ଜମି ମାଫିଆଙ୍କ କବଳରେ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲି ଅଧୀନରେ ଦିନକୁ ଦିନ ଜମି ମାଫିଆଙ୍କ ରାଜ ଦେଖିବାକୁ ମିଳୁଛି, ଗୋଚର ଅନାବାଦୀ,ଏବଂ ଏପରିକି ଗରିବ ଭୂମିହୀନ ମାନଙ୍କୁ ଦିଆଯାଇଥିବା ଗୁଣ୍ଠିକିଆ ଜାଗା କେତେକ ମୁଷ୍ଠୀ ମେୟ ଜମିମାଫିଆଙ୍କ କବଳରେ ରହିଆସୁଛି, ଏପରିକି ଗୁଣ୍ଠିକିଆ ପଟା ଚିହ୍ନଟ ଅଭାବରୁ ବିଭିନ୍ନ ସମୟରେ ସରକାରଙ୍କ ତରଫରୁ ଆସୁଥିବା ଆବାସ ଯୋଜନା ରୁ ଏବଂ ପିଲାମାନେ ପାଠ ବଢିବା ପାଇଁ କୌଣସି ସ୍ଥାୟୀ ବାସିନ୍ଦା ର ପ୍ରମାଣପତ୍ର ଖଣ୍ଡିଏ ପାଇବାରୁ ବଞ୍ଛିତ ହେଉଛନ୍ତି, ଏହିପରି ଆଜି ଏକ ଅଭିଯୋଗ ଆସିଛି ଗଁ ଦିଆ ତହସିଲ ଅନ୍ତର୍ଗତ ଟୋଲରପଶି ଗ୍ରାମରୁ, ସେହି ଗ୍ରାମର ଶରତ ଚନ୍ଦ୍ର ଦାସ କୁହନ୍ତି ଟୋଲରପଶି ଗ୍ରାମର ପ୍ଲଟ ନଂ 194ସରକାରୀ ଜମିରୁ ସରକାର ଭୂମିହୀନ ମାନଙ୍କୁ ଗୁଣ୍ଠିକିଆ ପଟା ପ୍ରଦାନ କରିଥିଲେ, କିନ୍ତୁ କେତେକ ମୁଷ୍ଟିମେୟ ଲୋକ ଉକ୍ତ ସମସ୍ତ ପ୍ଲଟ କୁ ନିଜ ଅଧୀନରେ ଦଖଲ କରି ରଖିଛନ୍ତି, ନିଜ ଗୁଣ୍ଠିକିଆ ପଟା ର ଜାଗାକୁ ପାଇବା ପାଇଁ ସେମାନଙ୍କୁ କହିବାରୁ ସେମାନେ କହୁଛନ୍ତି ତଳୁ ଉପର ଯାଏ ସମସ୍ତ ଙ୍କୁ ଟଙ୍କା ଦେଇ ଆମେ ଏହି ଜାଗାକୁ ଅଧିକାର କରିଛୁ, ଏଠି ପ୍ରଶ୍ନ ଉଠେ ସରକାର ଭୂମିହୀନ ମାନଙ୍କୁ ଘର କରିବା ପାଇଁ ଦେଇଥିବା ଜମି ଏକ ପ୍ରହସନ ନୁହେଁ କି, ତେବେ ଏ ଦିଗରେ ପ୍ରଶାସନ କଣ ପଦକ୍ଷପ ନେଉଛନ୍ତି ଦେଖିବାକୁ ବାକି ଥିଲାବେଳେ ଏ ସମ୍ପର୍କ ରେ ଅବିଯୋଗ କାରି ଶରତ ଚନ୍ଦ୍ର ଦାସ ଏବଂ ଆଇନ ଯିବି କଣ କହୁଛନ୍ତି ଆସନ୍ତୁ ଶୁଣିବା.

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.