କୁଲଢ଼ିଆ ଅଭୟାରଣ୍ୟରେ ହାତୀକୁ ମାଟିରେ ପୋତି ପ୍ରମାଣ ନଷ୍ଟ କଲା ବନବିଭାଗ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲାର ନୀଳଗିରି କୁଲଢ଼ିଆ ଅଭୟାରଣ୍ୟରେ ଏକ ହାତୀର ମୃତ୍ୟୁ ଘଟିଛି । ଶନିବାର ଦିନ ତରତରିଆ ଭାବେ ମୃତ ହାତୀଟିକୁ ବନବିଭାଗ ପୋଡ଼ି ଦେଇଛି । ସୂଚନାରୁ ଜଣାଯାଏ, କୁଲଢ଼ିଆ ଅଭୟାରଣ୍ୟ ଅନ୍ତର୍ଗତ ମଙ୍ଗଳପୁର ବିଟ ହାତୀ ଖୁଲିଲା ସେକ୍ସନରୁ ମାତ୍ର ୫ କିଲୋମିଟର ଦୂର ପାହାଡ଼ର ଏକ ବଡ ପଥର ନିକଟରେ ୧୦ରୁ ୧୫ ଦିନ ତଳେ ଏକ ହାତୀର ଗଳିତ ମୃତଦେହର ସନ୍ଧାନ ବନବିଭାଗ କର୍ମଚାରୀ ପାଇଥିଲେ । ଏହାପରେ ରାତାରାତି ଗଛ କାଟି ମୃତ ହାତିକୁ ପୋଡ଼ି ମାଟି ତଳେ ପୋତି ଦେଇଥିଲେ । କିନ୍ତୁ ଫଳ ହେଲା ଓଲଟା । ବାବୁମାନଙ୍କର କଳା କାରନାମା ପଦାରେ ପଡ଼ିଗଲା । ଖବରପାଇ ବାଲେଶ୍ୱର ଡିଏଫଓ ବିମଳ ପ୍ରସନ ଆଚାର୍ଯ୍ୟ, ଏସିଏଫଓ କୁଲଢ଼ିଆ ରେଞ୍ଜର ଅନନ୍ତ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପରେ ବନବିଭାଗ ଉପସ୍ଥିତରେ ପ୍ରାଣୀ ଚିକିତ୍ସକ ହାତୀଟିକୁ ପୋଷ୍ଟମର୍ଟମ କରିବା ପରେ ଗଳିତ ହାତୀର ଶବକୁ ପୋଡ଼ିଦେଇଥିଲେ । ସୂଚନାଥାଉକି ଅଭୟାରଣ୍ୟରେ କଡାକଡି ପ୍ରେଟ୍ରୋଲିଂ ଚାଲିଥିବା ବେଳେ ଦୀର୍ଘ ୧୫ ଦିନଧରି ମୃତ ହାତୀର ସନ୍ଧାନ ନ ପାଇବା ଏକ ପରିତାପର ବିଷୟ । ହାତୀ ମୃତ୍ୟୁ ସମ୍ପର୍କରେ କୁଲଢ଼ିଆ ରେଞ୍ଜର ଜେନା ଙ୍କୁ ପଚାରିବାରୁ କୌଣସି ତଥ୍ୟ ନଥିବା କହିଛନ୍ତି । ଏହି ବାବଦରେ ଡିଏଫଓ ଆଚାର୍ଯ୍ୟଙ୍କୁ ପଚାରିବାରୁ ଡିଏନ ଟେଷ୍ଟ ରିପୋର୍ଟ ଆସିଲା ପରେ ଏହା ମାଈ କି ଅଣ୍ଡିରା ଜଣାପଡିବ ବୋଲି କହିଛନ୍ତି ।

Leave a Reply

Your email address will not be published.