କଲ୍ୟାଣ ମଣ୍ଡପର ଶୁଭ ଶିଳାନ୍ୟାସ ଅନୁଷ୍ଠିତ

ବାଲେଶ୍ବର,(ନାଗରାଜ ନ୍ୟୁଜ): ଓଡିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ଦ୍ବାରା ନିଜ ନିର୍ବାଚନ ମଣ୍ଡଳୀ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ଉନ୍ନତି ନିମନ୍ତେ ଶିଳାନ୍ୟାସ ଠାରୁ ଆରମ୍ଭ କରି ଅନେକ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଜାରିରହିଛି । ଯେଉଁଥି ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନାମ ରାଜ୍ୟ ତଥା ଦେଶରେ ଆଗଧାଡିରେ ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ୪ର୍ଥ ଅର୍ଥ କମିଶନଙ୍କ ଅନୁଦାନରୁ ୧୦ ଲକ୍ଷ ବ୍ଯୟ ଅଟକଳ ମୂଲ୍ୟରେ ନିର୍ମିତ ହେବାକୁ ଥିବା କଲ୍ଯାଣ ମଣ୍ଡପର ଶୁଭ ଶିଳାନ୍ୟାସ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ । ଏଠାରେ ସ୍ମରଣ ଯୋଗ୍ୟ ଯେ ଉକ୍ତ କଲ୍ଯାଣ ମଣ୍ଡପଟି ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତର ରାମବିନ୍ଧା ଠାରେ ନିର୍ମାଣ ହେବ । ଏହା ନିର୍ମାଣ ହେଲେ ସିମୁଳିଆ ପଞ୍ଚାୟତର ଜନସେବା ଉପକୃତ ହେବେ ବୋଲି ମନ୍ତ୍ରୀ ମହୋଦୟ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ସହ ସହ ଜନସାଧାରଣ ସାମିଲ ଥିଲେ । ମନ୍ତ୍ରୀ ମହୋଦୟଙ୍କର ଏତାଦୃଶ କାର୍ଯ୍ୟକ୍ରମ ଆଗାମୀ ଦିନରେ ଅଞ୍ଚଳର ସୁନାମ ସୁଦୂର ପ୍ରସାରି ହେବ ବୋଲି ଅଞ୍ଚଳବାସୀ ଆଶାବକ୍ତ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.