ଆଞ୍ଚଳିକ ବ୍ରାହ୍ମଣ ସମିତିର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ଗ୍ରାମସ୍ଥ ମୁଗେଇ ଶାସନରେ ଆଞ୍ଚଳିକ ବ୍ରାହ୍ମଣ ସମିତି ଖଇରା, ବାଲେଶ୍ଵର ତରଫରୁ ପଣ୍ଡିତ ସ୍ୱର୍ଗତ ଶ୍ୟାମସୁନ୍ଦର ଶତପଥୀଙ୍କ ତ୍ରୟୋଦଶ ଶ୍ରାଦ୍ଧ ବାର୍ଷିକ ଓ ଆଞ୍ଚଳିକ ବ୍ରାହ୍ମଣ ସମିତିର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପଣ୍ଡିତ ଜଳଧର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭାପତି ଡା .ସଦାନନ୍ଦ ଦୀକ୍ଷିତ, ଜିଲ୍ଲା ଓ ରାଜ୍ୟ ଉପସଭାପତି ତଥା ଖଇରା ଆଞ୍ଚଳିକ ବ୍ରାହ୍ମଣ ସମିତିର ବରିଷ୍ଠ ଉପଦେଷ୍ଟା ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ଜିଲ୍ଲା ଉପସଭାପତି ପଣ୍ଡିତ ଶକ୍ତିପଦ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପଣ୍ଡିତ ଗୌରଚନ୍ଦ୍ର ଦାଶ, ଜିଲ୍ଲା ଯୁବଶକ୍ତି ସଭାପତି ବୈଦ୍ୟନାଥ ଆଚାର୍ଯ୍ୟ, ଆଞ୍ଚଳିକ ବ୍ରାହ୍ମଣ ସମିତିର କାର୍ଯ୍ୟକାରୀ ସଭାପତି ବୁଦ୍ଧିରାମ ପାଣିଗ୍ରାହୀ, ଭଦ୍ରକ ଜିଲ୍ଲା ସମ୍ପାଦକ ବସନ୍ତ କୁମାର ଦୀକ୍ଷିତ, ବ୍ରାହ୍ମଣ ସମିତି ଖଇରାର ସାଧାରଣ ସମ୍ପାଦକ ପଣ୍ଡିତ ରମାକାନ୍ତ ଶତପଥୀ, ଆଞ୍ଚଳିକ ବ୍ରାହ୍ମଣ ସମିତି ସଂଗଠନ ସମ୍ପାଦକ ବିଭୂତି ଭୂଷଣ ତ୍ରିପାଠୀ, ଆଞ୍ଚଳିକ ବ୍ରାହ୍ମଣ ସମିତିର ଉପଦେଷ୍ଟା ପଣ୍ଡିତ ମୁକ୍ତିକାନ୍ତ ଶତପଥୀ ପ୍ରମୁଖ ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଏଥିରେ ବିଭିନ୍ନ ଅଞ୍ଚଳରୁ ରାମ ଚନ୍ଦ୍ର ପଣ୍ଡା, ବିଷ୍ଣୁ ମୋହନ ଶତପଥୀ, ଗୌର ଚନ୍ଦ୍ର ପାଠୀ, ବାଞ୍ଛାନିଧି ଦାସ, ସଂକୀର୍ତ୍ତନ ପଣ୍ଡା, କୃଷ୍ଣ ଚନ୍ଦ୍ର ଦାଶ, ଗଗନ ବିହାରୀ ପଣ୍ଡା, ଉଦୟ ନାରାୟଣ ଶତପଥୀ, ଦ୍ବାରିକା ନାଥ ଶତପଥୀ, ନିଜ ପରିବାର ଓ ବନ୍ଧୁବାନ୍ଧବ ସମସ୍ତେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published.