ଅନୁଷ୍ଠିତ ହେଲା ଶବ୍ଦକୁଞ୍ଜର ଚତୁର୍ଥ ସ୍ଵନକ୍ଷତ୍ର ସମାରୋହ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଚଉମୁଖ ଗ୍ରାମରେ ଥିବା ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଶବ୍ଦକୁଞ୍ଜର ଚତୁର୍ଥ ସ୍ଵନକ୍ଷତ୍ର ସମାରୋହ ଡଗରା ବେଳାଭୂମି ଠାରେ ତା ୨୪/୨୪/୨୨ ରିଖ ରବିବାର ଅନୁଷ୍ଠିତ ହେଇଯାଇଛି । ଉକ୍ତ ସମାରୋହରେ ପୌରହିତ୍ୟ କରିଥିଲେ କବି ତଥା ଶିକ୍ଷକ ନଳିନୀ କାନ୍ତ ପାଢ଼ୀ । ମୁଖ୍ୟ ଅତିଥି ଭାବେ କବି ସୁରେନ୍ଦ୍ରନାଥ ପରିଡା, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଦୟାନିଧି ସାହୁ, ସମ୍ମାନିତ ଅତିଥି ଭାବେ ସମାଜସେବୀ ରବୀନ୍ଦ୍ରନାଥ ପ୍ରଧାନ, ଗାଳ୍ପିକ ନାରାୟଣ ବିଶ୍ୱାଳ, ରବୀନ୍ଦ୍ର ଦତ୍ତ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବକ୍ତବ୍ୟରେ ଅନୁଷ୍ଠାନର ଉନ୍ନତି କାମନା କରିବା ସହ ସହିତ୍ୟସେବା ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା କବି କାର୍ତ୍ତିକ ସେଠୀ ମଞ୍ଚ ଆବାହନ ଓ ପ୍ରାକ ସୂଚନା ପ୍ରଦାନ କରିଥିଲେ । ପରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହେଇଥିଲା । କାବେରୀ ବାରିକ, ରବୀନ୍ଦ୍ର ଦତ୍ତ, ରଂଜିତା ବେହେରା, ଲଷ୍ମୀପ୍ରିୟା ପରିଡା ଓ ନବକୁମାର ଦାସ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ପ୍ରଦୀପ ବେରା, ସତ୍ୟବ୍ରତ ଖଣ୍ଡା ଶୁଭମ ବେହେରା ପରିଚାଳନା କରିଥିଲେ ।ଶେଷରେ ନବକୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.