ପାଣିରେ ବୁଡି ନାବାଳିକା ମୃତ

କଟକ,(ନାଗରାଜ ନ୍ୟୁଜ): ଜେଜେଙ୍କର ଏକାଦଶାହ ଦିନ 3 ନାବାଳିକା ଭଉଣୀ ନଦୀରେ ଗାଧୋଉଥିଲେ । ସାନ ଭଉଣୀ ଦୁଇଜଣ ନଦୀରେ ହଠାତ ଭାସିଯିବାରୁ ବଡ଼ ଭଉଣୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ପାଣିରେ ଭାସିଗଲା । ସାନ ଦୁଇଜଣ ସିନା ବଂଚିଗଲେ ହେଲେ ବଡ଼ ଭଉଣୀ ଚାଲିଗଲା। ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ। ଲୁଣା ନଦୀରେ ଗାଧୁଉଥିବା ସମୟରେ ଏଭଳି ଅଘଟଣ ଘଟିଛି। ମୃତା ନାବାଳିକା ଛାତ୍ରୀ ଜଣଙ୍କ ନାଁ ହେଉଛି ଋତୁପ୍ରଣା ସାହୁ। ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ। ନଦୀରୁ ମୃତ୍ୟ ମୁଖରୁ ଗ୍ରାମବାସୀଙ୍କ ଦ୍ବାରା ଅଳ୍ପକେ ଉଦ୍ଧାର ହୋଇଥିବା ନାବାଳିକା ସାନ ଭଉଣୀ ଦୁଇଜଣ ହେଲେ ରିଦ୍ଧି ଆଉ ସିଦ୍ଧି। ସାନ ଦୁଇଜଣ ଏବେ ସୁସ୍ଥ ଅଛନ୍ତି।

Leave a Reply

Your email address will not be published.