ସରକାରଙ୍କ ମନରେଗା ଯୋଜନା ଫେଲ, ଗରିବ ଖଟିଖିଆଙ୍କ ପାଉଣା ମିଳୁନି

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସରକାର ଗରିବ ଲୋକମାନେ ଯେପରି ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ନଯିବେ , ନିଜ ଗାଁ ପାଖରେ ଯେପରି ‌କାମଧନ୍ଦା କରି ଦିପଇସା ରୋଜଗାର କରିପାରିବେ ସେଥିପାଇଁ ଯୋଯନାପରେଯୋଯନା କରି ଚାଲିଛନ୍ତି। ଏହି ଯୋଜନା ସବୁ କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ଫେଲମାରିଥିବା ଦେଖିବାକୁ ମିଳିଛି। ଏହି ଜିଲ୍ଲାର ରାଜଗାଙ୍ଗପୁର ବ୍ଳକ ଅଧୀନରେ ଥିବା କୁଟୁନିଆଆ ପଞ୍ଚାୟତ ଗିର୍ଜାପଡା ଠାରୁ କାଶୀପଡା ପର୍ଯ୍ୟନ୍ତ ମନରେଗା ଯୋଜନାରେ ରାସ୍ତା କାମପାଇଁ ଦଶଲକ୍ ଟଙ୍କା ମଞ୍ଜୁର ହୋଇଥିଲା।ସେହିକାମପାଇ ଗ୍ରାମର ଗରିବ ଖଟିଖିଆ ଲୋକେ ନିଜର ଜବକାର୍ଡ ମାଧ୍ୟମରେ ମୁଣ୍ଡଝାଲତୁଣ୍ଡରେ ମାରି ଶହେ ଦିନ ଲେଖାଏଁ କାମ କରିଛନ୍ତି, ହେଲେ ପରିତାପର ବିଷୟ ଯେ, ସେମାନଙ୍କ ମଜୁରୀ ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପାସ୍ ବହିରେ ପଡ଼ିନାହିଁ। ଯାହାଫଳରେ ସେମାନେ କାମକରି ମଧ୍ୟ ମଜୁରୀ ଟଙ୍କା ପାଇବାପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ପ୍ରତିଦିନ ଦୈାଡି ଦୈାଡି ନୟାନ୍ତ ହେଲେଣି। ପଞ୍ଚାୟତ କୁ ଗଲେ ଜିଆରଏସ କହୁଛି ତମଏକାଉଣ୍ଟରେ ପଇସା ପଡ଼ିଯାଇଛି, ବ୍ଳକ କୁ ଗଲେ ବିଡ଼ିଓ କହୁଛନ୍ତି ତମର ଆଧାରଲିଙ୍କି ହୋଇନାହିଁ ତେଣୁ ତମର ମଜୁରୀ ଟଙ୍କା ଏକାଉଣ୍ଟ୍ ରେ ପଡୁନି। ହେଲେ ଏ ଗରିବ ଖଟିଖିଆ ମାନେ ଦୀର୍ଘ ଶହେ ଦିନ ଧରି ମୁଣ୍ଡଝାଲତୁଣ୍ଡରେମାରି ଭିଷଣଖରାରେ କାମକରି ସେମାନେ ତାଙ୍କର ହକଟଙ୍କା ନପାଇଲେ ସେମାନେ ଗୁଜରାଟ,ସୁରଟ ପରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେବେ ଏଥିରେ ସନ୍ଦେହ ନାହିଁ। ଏଥିପ୍ରତି ଜିଲ୍ଲାପ୍ରଶାସନ ଏବଂ ବ୍ଳକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସେମାନଙ୍କ ମଜୁରୀ ଟଙ୍କା ସେମାନଙ୍କ ଏକାଉଣ୍ଟ୍ କୁ ପଠାଇବାକୁ ସାଧାରଣରେ ଦାବି ହେଉଛି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.