ହବିଷ୍ୟାଳୀ କେନ୍ଦ୍ର ବୁଲି ଦେଖିଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

ପୁରୀ,(ନାଗରାଜ ନ୍ୟୁଜ): କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ଆଜି ସଂଧ୍ୟାରେ ହବିଷ୍ୟାଳୀ କେନ୍ଦ୍ର ବୁଲି ଦେଖିବା ସହ ହବିଷ୍ୟାଳୀ ମା ମାନଙ୍କ ସହ କଥା ହୋଇଥିଲେ। ବୃନ୍ଦାବତୀ ନିବାସ ରେ ପହଞ୍ଚି ଆରଡିସି ଡଃ ଦଳାଇ ମା ମାନେ ରହୁଥିବା କୋଠରୀ ଗୁଡିକ ଦେଖି ଥିଲେ। ପରେ ମା ମାନଙ୍କ ର ସୁବିଧା ଅସୁବିଧା ଓ ଆବଶ୍ୟକତା ପଚାରି ଥିଲେ। ସମସ୍ତ ମା ମାନେ ସରକାର ଓ ପ୍ରଶାସନ କରିଥିବା ବ୍ୟବସ୍ଥା ରେ ଅତି ଖୁସି ବୋଲି କହିଥିଲେ। ପରେ ଆର ଡି ସି ମହାପ୍ରସାଦ ସେବନ ସ୍ଥାନ ଓ ଭଜନ ପରିବେଷଣ ସ୍ଥଳ ମଧ୍ୟ ବୁଲି ଦେଖିଥିଲେ।ଆରଡିସି ଙ୍କ ସହ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଆରଟିଓ ଶ୍ରୀ ରବିନ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ଶ୍ରୀ ରାଜବଲ୍ଲବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.