ଏସସିବି ମେଡିକାଲ ସିକ୍ୟୁରିଟ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ହିନ୍ଦୁସେନା

କଟକ, (ନାଗରାଜ ନ୍ୟୁଜ): ଦିନକୁ ଦିନ କଟକ ବଡ଼ ମେଡିକାଲ ଅସୁରକ୍ଷିତ ହୋଇପଡୁଛି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନଙ୍କର ପାଇଁ । ଏପରିକି ଅସହାୟ ରୋଗୀମାନଙ୍କୁ ସହଯୋଗ କରିବାକୁ ଆସୁଥିବା ସମାଜସେବୀମାନଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡୁଛି ମେଡିକାଲ ପରିସରରେ । ମେଡିକାଲ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟ ଗାର୍ଡମାନେ ସେଠାରେ ଚଳାଇଛନ୍ତି ତାଲିବାନ ଶାସନ । କଟକ ବଡ଼ ମେଡିକାଲ ମଧ୍ୟରେ ସିକ୍ୟୁରିଟ ମାନଙ୍କର ଅକଥନୀୟ ଅତ୍ୟାଚାର ଓ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସାମାଜିକ ସଂଗଠନ ହିନ୍ଦୁସେନା ପକ୍ଷରୁ ଏସସିବି ସୁପରିଟେଣ୍ଡେଣ୍ଟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଖାଲି ଆକ୍ରମଣ ନୁହେଁ ବରଂ ଉକ୍ତ ସିକ୍ୟୁରିଟମାନଙ୍କ ଦ୍ୱାରା ରୋଗୀଙ୍କ ସମ୍ପର୍କୀୟମାନଙ୍କର ଗାଡିକୁ ମଧ୍ୟ ଭିତରକୁ ଛଡ଼ା ଯାଉ ନାହିଁ । ଯାହା ଫଳରେ ନାନାଦି ସମସ୍ୟା ଭୋଗୁଛନ୍ତି ଏଠାକୁ ଆସୁଥିବା ଲୋକେ । ଯଦି ୭ ଦିନ ମଧ୍ୟରେ ଉକ୍ତ ସିକ୍ୟୁରିଟି ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଯାହା ହେବ ସେଥିପାଇଁ ମେଡିକାଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published.