ଐତିହାସିକ ‘ଲୁଣିଆ ଓ ଇରମ୍ ସହିଦ ସ୍ମୃତି ଦିବସ ପାଳିତ

 

ରାଉରକେଲା, (ନାଗରାଜ ନ୍ୟୁଜ): ରାଉରକେଲା ଛେଣ୍ଡ ସ୍ଥିତ ଧାମରା ସଂଘ ପରିସରରେ ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ରବିବାର ଇରମ ଓ ଲୁଣିଆ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡା. ଉମାକାନ୍ତ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଲୁଣିଆ ଓ ଇରମ ସହିଦ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଖବରଦାତା ଦେବେନ୍ଦ୍ର ନାରାୟଣ ପତି ଓ ଅରିନ୍ଦମ ଦାସଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ଏହି ଅବସରରେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ, ବରିଷ୍ଠ ସଲ୍ୟ ଚିକିତ୍ସକ ଡାକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସାଧାରଣ ସମ୍ପାଦକ ଭାବେ ଅକ୍ଷୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକାରୀ ଭାବେ ମହେନ୍ଦ୍ର ପ୍ରସାଦ ମହାନ୍ତି,ରତ୍ନାକର ବଳ,ରବୀନ୍ଦ୍ର କୁମାର ନାୟକ, ଶ୍ରୀବତ୍ସ କୁଅଁର,ଆଲୋକ ବେହେରା, ରମାକାନ୍ତ ପରିଡା, ନିତ୍ୟାନନ୍ଦ ବିଶ୍ଵାଳ ଓ ସରୋଜ ପରିଡା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.