ବାସି ଖାଦ୍ୟ ପର୍ଯ୍ୟଟକଙ୍କୁ ବିକି ତଣ୍ଡ ଗଣିଲେ ହୋଟେଲ ମାଲିକ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ସାବଧାନ ନନ୍ଦନକାନନକୁ ବୁଲିବାକୁ ଆସିଲେ ରାସ୍ତା କଡ଼ ରେଷ୍ଟରାଣ୍ଟ ଖାଦ୍ୟକୁ ତନଖି ଖାନ୍ତୁ । ଫୁଡ ପଏଜନ ସହ ଜୀବନ ବି ଯାଇପାରେ । ନନ୍ଦନକାନନକୁ ବୁଲିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପଯ୍ୟଟକଙ୍କ ସୁଅ ଛୁଟେ । ହେଲେ ପର୍ଯ୍ୟଟକମାନେ ନନ୍ଦନକାନନର ରାସ୍ତା କଡ଼ ପାଖ ହୋଟେଲ, ରେଷ୍ଟରାଣ୍ଟରେ ଖାଦ୍ୟ ଖାଇଥାନ୍ତି । କିଛି ଅସାଧୁ ରେଷ୍ଟରାଣ୍ଟ ମାଲିକ ବାସି ଖାଦ୍ୟ ଦେଇ ରାଜ୍ୟ ବାହାର ଗରାଖଙ୍କୁ ବିଦା କରିଦିଅନ୍ତି । ଅନେକଙ୍କୁ ଫୁଡ ପଏଜନ ହୋଇଥାଏ ।

ବାସି ଖାଦ୍ୟ ବିକ୍ରିକୁ ନେଇ କିଛି ପର୍ଯ୍ୟଟକଙ୍କ ଅଭିଯୋଗକୁ ଭିତ୍ତି କରି ‘ଖୋର୍ଦ୍ଧା ଜିଲ୍ଲା ଫୁଡ ଡିପାଟମେଣ୍ଟ ୪-ଜଣିଆ ଟିମ ଆସି ନନ୍ଦନକାନନ ପାଖ ‘ହେରମିଟ ଜିଙ୍ଗ ‘ନାମକ ରେଷ୍ଟରାଣ୍ଟରେ ଚଢ଼ାଉ କରିଥିଲେ । ୬ ଦିନ ତଳର ବାସି ଖାଦ୍ୟ ଫ୍ରିଜରୁ ମିଳିଥିଲା । ଗରମ କରି ତାଜା ଖାଦ୍ୟ କହି ଗରାଖଙ୍କୁ ଦେଉଥିଲେ । କିଛି ପର୍ଯ୍ୟଟକଙ୍କ ଅଭିଯୋଗକୁ ଆଧାର କରି ରେଡ କରାଯାଇଥିଲା । ଫୁଡ ଡିପାର୍ଟମେଣ୍ଟ ଅଧିକାରୀ ଅଣ୍ଡର ସେକ୍ସନ -୬୯ଆଧାରରେ ମୋଟା ଅଙ୍କର ଫାଇନ କାଟିଥିଲେ । ପର ମୁହୂର୍ତ୍ତରେ ଅପମିଶ୍ରିତ ଖାଦ୍ୟ ଯଦି ପୁନର୍ବାର ବିକ୍ରି କରାଯାଏ ତେବେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଡିପାଟମେଣ୍ଟ ଅଫିସର କହିଛନ୍ତି ।

Leave a Reply

Your email address will not be published.