ଲାବନ୍ୟାକୁ ନ୍ୟାୟ ଦାବିରେ ଅଖିଳ ବିଦ୍ୟାର୍ଥୀ ପରିଷଦର ଧାରଣା

ପୁରୀ, (ନାଗରାଜ ନ୍ୟୁଜ): ତାମିଲନାଡୁର ମିଶନାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଲାବନ୍ୟାକୁ ନ୍ୟାୟ ଦାବିରେ ଅଖିଳ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ମାନେ scs କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରକାଶ ଥାଉ କି ଗତ କିଛି ଦିନ ତଳେ ବିଦ୍ୟାଳୟରେ ଅଧ୍ୟୟନ ସମୟରେ ଲାବନ୍ୟାକୁ ଧର୍ମାନ୍ତରିକରଣ କରିବା ନିମନ୍ତେ ବାଧ୍ୟ କରାଯାଇଥିଲା । ସେଥିରେ ଲାବନ୍ୟା ଅମଙ୍ଗ ହେବାରୁ ତାକୁ ମାରି ଦିଆଯାଇଥିଲା । ଏହି ଘଟଣାକୁ ଚାପିଦେବା ପାଇଁ ତାମିଲନାଡୁ ସରକାର ବହୁତ୍ ଚେଷ୍ଟା କରିଥିଲେ । ଏଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସ୍ୱର ଉଠାଇବାରୁ ତାଙ୍କ ପାଟିକୁ ବନ୍ଦ କରି ଦିଆଯାଇଛି । ଏହାକୁ ବିରୋଧକରୀ ପୁରୀ ଶାଖାର ଅଖିଳ ଭାରତୀ ବିଦ୍ୟାର୍ଥୀ ପରିଷଦ ଘୋର ନିନ୍ଦା କରିବା ସହ ଆନ୍ଦୋଳନ କରିଛନ୍ତି ।

Leave a Reply

Your email address will not be published.