ବାଲିସାହିରେ ନିଆରା ଢଙ୍ଗରେ ମା’ ଗଜଲକ୍ଷ୍ମୀଙ୍କ ବିସର୍ଜନ ଉତ୍ସବ ସମାପନ

ପୁରୀ, (ନାଗରାଜ ନ୍ୟୁଜ): ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାରରେ ପୁରୀରେ ଜଗନାଥଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । କୁମାର ପୂର୍ଣ୍ଣିମା ଠାରୁ ବିଭିନ୍ନ ସାହି ବସ୍ତିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା କରାଯାଇଥିଲା । ତା ଭିତରୁ ବାଲିସାହି ପୂଜା ଅନ୍ୟତମ । ବାଲିସାହି ସେତ୍ୱାଗଙ୍ଗା ନିକଟରେ ମା’ଙ୍କ ପୂଜା ୭ ଦିନ ହୋଇଥିଲା । ମା’ଙ୍କ ଭଷାଣୀ ଯାତ୍ରା ଆଜି ନିଆରା ଢଙ୍ଗରେ କରାଯାଇଛି । ମା’ଙ୍କ ବିସର୍ଜନ ଶୋଭାଯାତ୍ରାରେ ସୁସଜ୍ଜିତ ଶଗଡ଼ ଗାଡିରେ ମା’ଙ୍କୁ ବିସର୍ଜନ ନିମନ୍ତେ ଅଣା ଯାଇଥିଲା । ବଳଧ ଗାଡ଼ିରେ ମା’ ମୂର୍ତ୍ତିକୁ ଶୋଭାଯାତ୍ରାରେ ଅଣାଯାଇ ବାଲିସାହିରୁ ବାହାରି ଦକ୍ଷିଣ କାଳି ଯାଏଁ ସାହି ଭିତରେ ଭ୍ରମଣ କରିଥିଲେ ।

Leave a Reply

Your email address will not be published.