ବାରବାଟୀରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ବନାମ ସାଉଥ ଆଫ୍ରିକା ଟି-20 ମ୍ୟାଚ

କଟକ,(ନାଗରାଜ ନ୍ୟୁଜ): ଜୁନ 12 ରେ ବାରବାଟୀରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ବନାମ ସାଉଥ ଆଫ୍ରିକା ଟି20 ମ୍ୟାଚ । ଫୁଲ୍ ଦର୍ଶକରେ ହେବ ବାରବାଟୀ ମୁକାବିଲା । ଏନେଇ ସରକାରଙ୍କ ସହ ଚାଲିଛି ଆଲୋଚନା । ଆସନ୍ତା ସପ୍ତାହ ସୁଦ୍ଧା ସବୁ କିଛି ସ୍ପଷ୍ଟ ହେବ ।

ଏହି ମ୍ୟାଚ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛି ଓଡିଶା କ୍ରିକେଟ ଆସୋସିଏସନ(OCA) । ତେବେ ମ୍ୟାଚ ପରିଚାଳନାକୁ ନେଇ ଓସିଏ ପକ୍ଷରୁ ଡ଼କାଯାଇଛି ଏକ ସ୍ୱତନ୍ତ୍ର ସଧାରଣ ପରିଷଦ ବୈଠକ । ଏହି ବୈଠକରେ ମ୍ୟାଚ ସମ୍ପର୍କିତ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବିଶେଷକରି ଏହି ମ୍ୟାଚ ପାଇଁ ଦର୍ଶକଙ୍କୁ ଅନୁମତି ଦେବାକୁ ରାଜ୍ୟସରକାରଙ୍କ ଆଲୋଚନା ମାଧ୍ୟମରେ ଅନୁରୋଧ କରିଛି ଓସିଏ ।ଏହାସହ 7 ନମ୍ବର ଗ୍ୟାଲେରୀ କାମ ଚଳିତ ମାସ ଶେଷ ସୁଦ୍ଧା ଶେଷ ହେବ । ଫଳରେ ମୋଟ 44,400 ଦର୍ଶକ ଏହି ମ୍ୟାଚ ଦେଖିବାର ସୁଯୋଗ ପାଇବେ । ଅନ୍ୟପଟେ ଟିକେଟର ମୂଲ୍ୟ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଦରରେ ଟିକେଟ କିଣିବେ ଫ୍ୟାନ୍ସ । ଉଭୟ ଅନଲାଇନ ଓ ଅଫଲାଇନରେ ଉପଲବ୍ଧ ହେବ ଟିକେଟ । ତେବେ ଆସନ୍ତା ସପ୍ତାହ ସୁଦ୍ଧା ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା

Leave a Reply

Your email address will not be published.