କପିଳାସରେ ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ଶେଷ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): କପିଳାସ ରେ ଶାନ୍ତି ଶୁଙ୍ଖଳା ରେ ସହ ଶେଷ ହେଲା ଜାଗର ଯାତ୍ରା । କୋଭିଡ ପାଇଁ ବନ୍ଦ ଥିବା ଜାଗର ଯାତ୍ରା ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇଯାଇଛି । ପ୍ରଶାସନ ତରଫରୁ କେବଳ ଡବଲ ଡୋଜ ନେଇଥିବା ସମସ୍ତ ଢେଙ୍କାନାଳବାସି ନିଜର ଆଧାର କାର୍ଡ ପରିଚୟ ପତ୍ର ସାଙ୍ଗରେ ଧରି କପିଳାସ ଦର୍ଶନ କରିପାରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଫଳରେ ବହୁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ ନପାଇ ମନଦୁଃଖରେ ଫେରି ଯାଇଥିଲେ । ଆଉ କେତେକ ପୋଲିସ୍ କୁ ଚକମା ଦେଇ ଅନ୍ୟ ରାସ୍ତାରେ ପ୍ରଭୁଙ୍କ ପାଖରେ ପହଞ୍ଚୁଥିଲେ । ପ୍ରଥମ ପର୍ଯ୍ୟାୟରେ ସୂର୍ଯ୍ୟ ପୂଜା ପରେ ଷୋଡ଼ଶ ଉପଚାର ପୂଜା କରାଯାଇ ପୂର୍ବ ନିର୍ଦ୍ଧାରିତ ୪ଟା ୨୦ ମିନିଟରେ ମହାଦୀପ ଉଠିଥିଲା । ପ୍ରଶାସନ ତରଫରୁ ବ୍ୟାପକ ପୋଲିସ ମୁତୟନ ହେବା ସହ ଶାନ୍ତି ଶୃଙ୍ଖଳାରେ ଜାଗର ଯାତ୍ରା ଶେଷ ହୋଇଥିଲା ।

Leave a Reply

Your email address will not be published.