ମନ୍ତ୍ରୀଙ୍କ ଦ୍ଵାରା ମାରାଥନ ଶିଳାନ୍ୟାସ

ବାଲେଶ୍ୱର, (ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ଶୁଭ ଶିଳାନ୍ୟାସ ଗତକାଲି ଅନୁଷ୍ଠିତ ହୋଇଯାଇଛି । ସାଳନ୍ଦୀ କେନାଲ ଡିଭିଜନ ଅଧୀନରେ ଥିବା ଗୋପାଳପୁର ଡିଷ୍ଟ୍ରିବୁଟର ଗରସଙ୍ଗ ତାରିଣୀ ଛକ ଠାରେ ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କ ସମେତ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଦାସ ୫୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନବ ନିର୍ମିତ ୨ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଗରସଙ୍ଗ ସରପଞ୍ଚ ସସ୍ମିତା ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ସୁଷମା ମହାପାତ୍ର, ସାଂସଦ ପ୍ରତିନିଧି ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ସିମୁଳିଆ ନିର୍ବାଚନ ମଣ୍ଡଳୀର ସିମୁଳିଆ ବ୍ଲକରେ ୫ ଗୋଟି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଥିଲେ । ଜଳସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ଦାସ ମୋଟ ୨ କୋଟି ୨୭ ଲକ୍ଷ ଟଙ୍କାର ୭ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

Leave a Reply

Your email address will not be published.