ଜଗନ୍ନାଥ ବିଶ୍ଵବିଦ୍ୟାଳୟରେ ମିଶନ ସାହାସୀ

ପୁରୀ,(ନାଗରାଜ ନ୍ୟୁଜ): ଝାନ୍ସି ରାଣୀ ଲକ୍ଷ୍ମିବାଇ ଙ୍କ ଜୟନ୍ତୀ ଉଦ୍ଦେଶ୍ୟ ରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ତରଫ ରୁ ଛାତ୍ରୀ ମାନଙ୍କୁ ସଶକ୍ତିକରଣ କରିବା ଓ ସେମାନେ କିଭଳି ଆବଶ୍ୟକ ସମୟରେ ଆତ୍ମରକ୍ଷା କରିପାରିବେ ,ସେଥିନିମନ୍ତେ ଏକ ଆତ୍ମରକ୍ଷା ତାଲିମ ଶିବିର ଗତ ୪ଦିନ ଧରି ସ୍ଥାନୀୟ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଆଜି ତା ୧୯/୧୧/୨୦୨୨ ରିଖ ଦିନ ଅପରାହ୍ନ ରେ ସମାପ୍ତ ହୋଇଯାଇଛି । ତାଲିମ ଶିବିର ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଆଜିର କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର୍ ରବୀନ୍ଦ୍ର କୁମାର ପଣ୍ଡା ଦୀପ ପ୍ରଜ୍ବଳନ କରି କାର୍ଯକ୍ରମ ର ଶୁଭାରମ୍ଭ କରିଥିଲେ । ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ ଓ ହସ୍ପିଟାଲ ର ଅଧିକ୍ଷକ ଡଃ ମାୟା ପାଢ଼ୀ, ସମ୍ମାନନୀୟ ଅତିଥି ଭାବରେ ଯୋଗଦେବା ସହ , ଡଃ ସସ୍ମିତା ବନ୍ଦର ନାୟକ, ବିଶିଷ୍ଟ ସମାଜସେବୀ ରଞ୍ଜିତା ପାଢ଼ୀ ,ବିଶ୍ଵବିଦ୍ୟାଳୟ ର କୁଳସଚିବ ସୁମିତ୍ରା ପଟ୍ଟନାୟକ ଓ ଡଃ ଶ୍ରଦ୍ଧାଞ୍ଜଳି ମହାପାତ୍ର ଉପସ୍ଥିତ ରହି କାର୍ଯକ୍ରମ ର ଶୋଭା ବର୍ଦ୍ଧନ କରିଥିଲେ । ଏହି କାର୍ଯକ୍ରମ ମୁଖ୍ୟ ଉଦ୍ଦେଶ୍ୟ କୁ ପୁରଣ କରିବା ନିମନ୍ତେ ହର୍ଶିତା ମାଡ଼ମ ମାନଙ୍କ ତତ୍ବାବଧାନ ଓ ଜାଜ୍ଞସେନି ମଲ୍ଲିକ ଙ୍କ ଦ୍ଵାରା ପିଲାମାନେ ପ୍ରଶିକ୍ଷିତ ହୋଇଥିଲେ । ଏଥିସହ ଶୁରେଖା ପଟ୍ଟନାୟକ ଏହି କାର୍ଯକ୍ରମ କୁ ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published.