ପ୍ରଶାସନ ପକ୍ଷରୁ ପୁଣି ଥରେ ଏମାର ମଠ ଯାଞ୍ଚ

ପୁରୀ, (ନାଗରାଜ ନ୍ୟୁଜ): ପ୍ରଶାସନ ପକ୍ଷରୁ ପୁଣି ଥରେ ଏମାର ମଠ ଯାଞ୍ଚ । ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ଗୋଲେଇ ଚିହ୍ନିତ ସ୍ଥାନର ଖନନ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ପାଞ୍ଚଟି ସ୍ଥାନ ମେଟାଲଡିଟେକ୍ଟର ସାହାଯ୍ୟରେ ଚିହ୍ନଟ ହୋଇ ଖନନ କରାଯାଇଛି । ଗତ ସେପ୍ଟେମ୍ବର ୧୬ ତାରିଖରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକ୍‌ନିକ୍ ଯାଞ୍ଚ କରାଯାଇଥିଲା । ୩ଟି ସ୍ଥାନରେ ଗୋଲେଇ ଚିନ୍ହିତ କରାଯାଇ ଖୋଳାଯିବା ପାଇଁ ସ୍ଥାନ ନିର୍ଧାରଣ କରାଯାଇଥିଲା । କିନ୍ତୁ ମେଟାଲ ଡିଟେକ୍ଟରଟି ଦେଢ଼ ଫୁଟ ପର୍ଯ୍ୟନ୍ତ ଚିହ୍ନଟ କରିପାରୁଥିବାରୁ ଟ୍ରଷ୍ଟ ବୋର୍ଡ଼ ତରଫରୁ ଅସନ୍ତୋଷ ରହିଥିଲା । ଏବଂ ଚାରିଫୁଟ ପର୍ଯ୍ୟନ୍ତ ଚିହ୍ନଟ କରାଗଲା ଭଳି ଡିଟେକ୍ଟର ବ୍ୟବହାର କରିବାକୁ ଦାବି ହୋଇଥିଲା । ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ବତନ୍ତ୍ର ଟିମ୍ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଉପ ଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର, ଏଣ୍ଡାମେଣ୍ଟ ଅଧିକାରୀ ଆଦି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଯାଞ୍ଚ ଚାଲିଛି । ଟ୍ରଷ୍ଟ ମୁଖ୍ୟଙ୍କ ସହ ସଦସ୍ୟମାନେ ଉପସ୍ଥିତ ଅଛନ୍ତି ।

ସେହିପରି ପୂର୍ବରୁ ୨୦୧୧ରେ ୫୨୨ ଖଣ୍ଡ ଜବତ ହୋଇଥିବା ବେଳେ ପରେ ୨୦୨୧ ଏପ୍ରିଲରେ ୪୫ଖଣ୍ଡ ରୂପା ଇଟା ଉଦ୍ଧାର ହୋଇଥିଲା ଏମାର ମଠରୁ । ଆଜି ପୁନର୍ବାର ପ୍ରଶାସନ ପକ୍ଷରୁ ଏମାରମଠ ଯାଞ୍ଚ କରାଯାଉଛି । ଆଜି ମଧ୍ୟ ଚିହ୍ନଟ ସ୍ଥାନକୁ ଖୋଳାଯାଉଛି । ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକନିକ ଯାଞ୍ଚ କରାଯାଉଛି । ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ବତନ୍ତ୍ର ଟିମ୍ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମଠ ପରିଚାଳନା ଦାୟିତ୍ୱରେ ଥିବା ଉତ୍ତରପାର୍ଶ୍ୱ ମଠର ମହନ୍ତଙ୍କ ନାରାୟଣ ରାମାନୁଜ ଦାସଙ୍କ ଲିଖିତ ନିବେଦନକୁ ବିଚାରକରି ଏହି ଯାଞ୍ଚ କରାଯାଉଛି ।

Leave a Reply

Your email address will not be published.