ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

 

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଇରା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଉପସ୍ଥିତ ସଭ୍ୟମାନେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ସମ୍ପାଦକ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଶେଷରେ ଆଞ୍ଚଳିକ ସମସ୍ୟା ପ୍ରତି ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁନଥିବାର ପ୍ରତିବାଦରେ ବଣପାରିଆ ଛକଠାରୁ ତୋରାଣିପଦା ଛକ ପର୍ୟ୍ୟନ୍ତ ନୀରବ ଶୋଭା କରିବା ପାଇଁ ମଞ୍ଚ ନିଷ୍ପତ୍ତି ନେଇଛି । ଏଥିରେ ସଭ୍ୟ ବୁଦ୍ଧିରାମ ପାଣିଗ୍ରାହୀ, ଗଗନ ବିହାରୀ ପଣ୍ଡା, ଦେବେନ୍ଦ୍ର କୁମାର ରାଉତ, କୃଷ୍ଣ ଚନ୍ଦ୍ର ପତ୍ରୀ, କୈଳାସ ପୃଷ୍ଟି ଓ ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ତଥା ସଭ୍ୟ ନରେନ୍ଦ୍ର ପ୍ରସାଦ ବେହେରା ଉପସ୍ଥିତ ଥିଲେ ।

Leave a Reply

Your email address will not be published.