ମା ପୁଅ ସମ୍ପର୍କରେ ଲାଗିଲା ରକ୍ତର ଛିଟା

ପୁରୀ,(ନାଗରାଜ ନ୍ୟୁଜ): ମା ପୁଅ ସମ୍ପର୍କରେ ଲାଗିଲା ରକ୍ତର ଛିଟା। ପୁଅର କଟୁରୀ ଚୋଟରେ ଚାଲିଗଲା ମା’ର ଜୀବନ। ମା’କୁ ମାରିବା ସହ ପୁରା ପରିବାରକୁ ମଧ୍ୟ ହାଣିଲା। ଏଥିରେ ପରିବାର ୩ ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ପୁରୀ ବାଲିଘାଟ ଅଞ୍ଚଳର ସୁଭଦ୍ରା ନଗରରେ ଘଟିଛି। ସୂଚନା ମୁତାବକ, ମୃତକ ଜଣଙ୍କ ହେଉଛନ୍ତି ବୁନିଲତା ଦୀକ୍ଷିତ। ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ତେବେ ପରିବାରର ଅନ୍ୟ ତିନି ବାପା, ଭାଇ ଓ ସ୍ତ୍ରୀଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସଂପର୍କରେ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଛି। ଅତିରିକ୍ତ ଏସ୍ପି ଓ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ମେରାଇନ୍‌ ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖି ଛାନ୍‌ଭିନ୍‌ ଜାରି ରଖିଛି। ସେପଟେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହସ୍ପିଟାଲ ପହଞ୍ଚିଛନ୍ତି। ସେ ହସ୍ପିଟାଲ ଯାଇଛନ୍ତି।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published.