ଆସନ୍ତା ୨୭ ତାରିଖରୁ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ଚାରିପାଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବେଆଇନ ଖନନ ଓ ନିର୍ମାଣ କାର୍ଯ୍ୟ ବିରୋଧ ରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ । ଆସନ୍ତା ୨୭ ତାରିଖରେ ଏହି ଆନ୍ଦୋଳନ ଓ ପଦଯାତ୍ରା ଅନୁଷ୍ଠିତ ହେବ । ୨୭ ତାରିଖ ଦିନ ୯ଟାରୁ ଏକ ବିରାଟ ପଦ ଯାତ୍ରା ଗୁଣ୍ଡିଚା ମନ୍ଦିର ରୁ ଆରମ୍ଭ ହୋଇ ଶ୍ରୀମନ୍ଦିର ସିଂହ ଦ୍ୱାର ସମୁଖ ଅଭିମୁଖେ ଯିବ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମିଳନୀ ସୂଚନା ଦିଆଯାଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଜୀବନ କୁମାର ସାହୁ ଏହି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଚାରିପାଖରେ ଖନନ , ରତ୍ନ ଭଣ୍ଡାର ଚାବି ହାଯିବା , ଶ୍ରୀମନ୍ଦିର ଭିତରେ ଚୁଲି ଭାଙ୍ଗିବା ଘଟଣା ଆଦି ଘଟଣା କ୍ରମରୁ ଜଣାପଡିଛି ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜମା ବି ଚିନ୍ତିତ ନୁହନ୍ତି । ଏହାର ପ୍ରତିବାଦ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ କରାଯାଉଥିବା ବେଳେ ଏଥିରେ ଜଗନ୍ନାଥ ପ୍ରେମୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି । ଆଜିର ସାମ୍ବାଦିକ ସମିଳନୀ ରେ ବିଜେପି ର ନେତା ଙ୍କ ସମେତ ଆର ଏସ ଏସ ର କର୍ମକର୍ତ୍ତା , ଭିଏଚପିର କର୍ମକର୍ତ୍ତା , ଶ୍ରୀଜଗନ୍ନାଥ ସେନା ର କର୍ମକର୍ତ୍ତା ଏବଂ ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ଆହ୍ୱାନ ଏହି ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ କରାଯାଉଥିବା ସାମ୍ବାଦିକ ସମିଳନୀରେ କୁହାଯାଇଛି ।

Leave a Reply

Your email address will not be published.