ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା, ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ୭ ଘଣ୍ଟା ଧରି ଦୁଇ ଜଣ ଅଭିଯୁକ୍ତଙ୍କୁ ଜେରା

ଖଇରା, (ନାଗରାଜ ନ୍ୟୁଜ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ୭ ଘଣ୍ଟା ଧରି ଦୁଇ ଜଣ ଅଭିଯୁକ୍ତଙ୍କୁ ଜେରା କରିଛି । ଦିନ ୧୧ଟାରେ ଭଦ୍ରକ ସ୍ବତନ୍ତ୍ର କାରାଗାରରେ ପହଁଞ୍ଚିଥୀଲେ,କ୍ରାଇମବ୍ରାଞ୍ଚ୍ ଟିମ୍ । ତା ପରେ ବିବେକ ନାୟକ ଓ ଭାଗ୍ୟଧର ନାୟକଙ୍କୁ ଜେରା ଆରମ୍ଭ କରିଥିଲେ, ଜେରା ସମୟରେ ଦୁଇ ଜଣ ଅପହରଣ ଠାରୁ , ନିର୍ଯ୍ୟାତନା ଓ ମୃତ ଦେହ ପୋତିବା ପଛରେ ହାତ ଅଛି କି ନାହିଁ ସେ ବିଷୟରେ ଅଧୂକ ପଚରା ଉଚରା କରିଥିଲେ ବୋଲି ସୂଚନା ମିଳିଛି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.