ନାରେନ ନଦୀରେ ପାହାଚ କାମ ନିମ୍ନମାନ ହେଉଥିବା ନେଇ ଅଭିଯୋଗ

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ନାରେନ ଗ୍ରାମର ନଦୀଖଣ୍ଡିରେ ଗ୍ରାମବାସୀ ଓ ଚାଷୀଙ୍କ ସୁରକ୍ଷା ଦୃଷ୍ଟିକୁ ନେଇ ଆଡିବନ୍ଧ କାର୍ୟ୍ୟ ଚାଲୁରହିଛି । ତତସହିତ ଜନସାଧାରଣଙ୍କ ସ୍ନାନ କରିବା ପାଇଁ ଆଡିବନ୍ଧ ଠାରେ ଏକ ପାହାଚ ନିର୍ମାଣ କରାଯାଉଛି କିନ୍ତୁ ତାହା ଅତି ନିମ୍ନମାନର କାର୍ୟ୍ୟ ହେଉଛି । ଯାହା ଫଳରେ ଅଳ୍ପଦିନରେ ଭାଙ୍ଗି ପଡିବ । ଯେଉଁ ନିୟମରେ ନିର୍ମାଣ କରାଯିବା କଥା ସେହି ନିୟମରେ ପାହାଚ କାମ କରାଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ସେହି କାର୍ୟ୍ୟ ଗ୍ରାମବାସୀଙ୍କ ହିତରେ ଆସିପାରୁନି । ଏବଂ ଆଡିବନ୍ଧ ନିକଟବର୍ତ୍ତୀ ରହିଥିବା ଚାଷୀଙ୍କ ଜମିର ପାଣି ନିଷ୍କାସନ କରିବାପାଇଁ କୌଣସି ସୁବିଧା କରାଯାଇନାହିଁ ।

ଯେଉଁ ପାର୍ଶ୍ଵରେ ପାଣି ନିଷ୍କାସିତ ହେବ ସେହିପଟରେ ପୁଲିଆ ନଦେଇ ନଦୀପଟରେ ଦେଇଥିବାରୁ ପାଣି ନିଷ୍କାସନ ହୋଇପାରିବ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇବା ପାଇଁ ଗାଁରେ ସ୍ଥିର କରିଥିଲେ । ଉକ୍ତ କାର୍ୟ୍ୟର ତଦନ୍ତ କରି ବିହିତ କାର୍ୟ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ନାରେନ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.