ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନୂଆ ଡିଜିପି

ପୁରୀ, (ନାଗରାଜ ନ୍ୟୁଜ ): ୩ ଦିନର ବିରତି ପରେ ଆଜି ଦର୍ଶନ ପାଇଁ ଖୋଲିଛି ଶ୍ରୀମନ୍ଦିର । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଓ ଆଶିଷ ଲାଭରୁ ବଞ୍ଚିତ ହୋଇଥିବା ଭକ୍ତ ଆଜି ବହୁ ସଂଖ୍ୟାରେ ଆସି ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି । ଆଜି ଦିନତମାମ ଶ୍ରୀମନ୍ଦିରରେ ଜନସମାଗମ ଲାଗି ରହିଥିବା ବେଳେ ସେପଟେ ନୂଆ ଡିଜିପି ଭାବେ ସୁନିଲ କୁମାର ବଂସଲ ନୂଆବର୍ଷରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଆଜି ପୁରୀ ଆସି ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି । ଡିଜିପିଙ୍କ ସହ ତାଙ୍କ ପତ୍ନୀ, ଅତିରିକ୍ତ ଡିଜି ଆଇନଶୃଙ୍ଖଳା ରାଧାକୃଷ୍ଣ ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ମହାପ୍ରଭୁଙ୍କ ଦର୍ଶନରେ ସାମିଲ ହୋଇଥିଲେ । ମହାପ୍ରଭୁଙ୍କ ଆଶିର୍ବାଦରୁ ରାଜ୍ୟବାସୀଙ୍କର ସେବା କରିବାର ସୁଯୋଗ ମିଳିଥିବା ସେ କହିଛନ୍ତି । ସମସ୍ତଙ୍କ ସହଯୋଗରେ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରାଯାଇ ରାଜ୍ୟକୁ ଅପରାଧ ମୁକ୍ତ କରିବା ସହ ନିଶା କାରବାରକୁ ବନ୍ଦ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଡିଜିପି କହିଛନ୍ତି । ରାଜ୍ୟରେ ଚାଲିଥିବା ‘୫ଟି’ ସରକାର ମାଧ୍ୟମରେ ଜନସାଧାରଣଙ୍କୁ ଉତ୍ତମ ସେବା ପୋଲିସ ଦ୍ୱାରା ଯୋଗାଇ ଦିଆଯିବା ସହ ନୂଆବର୍ଷ ଅବକାଶରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ ନୂଆ ଡିଜିପି ସୁନୀଲ ବଂଶଲ୍ ।

Leave a Reply

Your email address will not be published.