୩୭୮ ଓଡିଶା ସିଭିଲ ସର୍ଭିସ ପଦବୀ ନିଯୁକ୍ତିକୁ ବୈଧ ଘୋଷଣା କଲେ ଓଡିଶା ହାଇକୋର୍ଟ

କଟକ, (ନାଗରାଜ ନ୍ୟୁଜ): ୩୭୮ ଓଡିଶା ସିଭିଲ ସର୍ଭିସ ପଦବୀ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ଓଡିଶା ହାଇକୋର୍ଟ । ପୂର୍ବରୁ ସ୍ୟାଟ ୨୦୧୪ ମସିହାରେ ଏହି ନିଯୁକ୍ତିକୁ ଅବୈଧ ଘୋଷଣା କରିଥିଲେ । ସ୍ୟାଟ ନିର୍ଦେଶକ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଆବେଦନକାରୀ । ୨୦୦୬ ମସିହାରେ ୩୭୮ ପଦ ପାଇଁ ଓପିଏସସି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୧୦ ମସିହାରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିଥିଲା । ସରକାର କ୍ୟାଡର ପରିବର୍ତ୍ତନ କରି ଗ୍ରେଡ ୧ ରେ ୩୭୮ ଜଣଙ୍କୁ ନିଯୁକ୍ତି ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଅସଫଳ ପ୍ରାର୍ଥୀ ମାନେ ସ୍ୟାଟର ଆଶ୍ରୟ ନେଇଥିଲେ । ସ୍ୟାଟ ସେହି ସବୁ ନିଯୁକ୍ତିକୁ ୨୦୧୪ରେ ଅବୈଧ ଘୋଷଣା କରିଥିଲେ । ସ୍ୟାଟ ନିର୍ଦେଶକକୁ ବିରୋଧ କରି ରାଜ୍ୟ ସରକାର, ଓପିଏସସି ଓ କେତେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ହାଇକୋର୍ଟ ଚୁଡାନ୍ତ ରାୟରେ ୩୭୮ ପଦବୀର ନିଯୁକ୍ତିକୁ ବୈଧ ଘୋଷଣା କଲେ ।

Leave a Reply

Your email address will not be published.