ୟୁ-୧୯ କୁଚ ବେହେର ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ଟିମ

କଟକ, (ନାଗରାଜ ନ୍ୟୁଜ): ମଧ୍ୟ ପ୍ରଦେଶର ଇନ୍ଦୋରରେ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ୟୁ-୧୯ କୁଚ ବେହେର ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ଟିମ । ଶ୍ରେଷ୍ଠ ସିଂଙ୍କ ନେତୃତ୍ୱରେ ଖେଳିବ ଟିମ । ଦଳରେ ମୋଟ ୨୨ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ଓଡ଼ିଶା ଟିମ ଆସନ୍ତା ୨୧ ତାରିଖ ଦିନ ଇନ୍ଦୋର ଅଭିମୁଖେ ବାହାରିବ ଟିମ । ସେଠି ୫ ଦିନ କ୍ୱାରେଣ୍ଟାଇନରେ ରହିବେ । ତେବେ ଆସନ୍ତା ନଭେମ୍ବର ୨୯ ତାରିଖରୁ ୨ ଡିସେମ୍ବର ପର୍ୟ୍ୟନ୍ତ ଓଡ଼ିଶାର ପ୍ରଥମ ମ୍ୟାଚ ଭିଦର୍ଭ ସହ ରହିଥିବା ବେଳେ ୬ ଡିସେମ୍ବର ରୁ ୯ ଡିସେମ୍ବର ପର୍ୟ୍ୟନ୍ତ ଆସାମ, ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ପଞ୍ଜାବ, ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ଓ ୨୭ ରୁ ୩୦ ତାରିଖ ପର୍ୟ୍ୟନ୍ତ ଝାଡ଼ଖଣ୍ଡ ସହ ମ୍ୟାଚ ଖେଳିବ ଓଡ଼ିଶା । ସୁବିତ ବିଶ୍ଵାଳ କୋଚ ହୋଇଥିବା ବେଳେ ଅମୀୟ ରାୟ ଚୟନ କମିଟି ଅଧ୍ୟକ୍ଷ ଅଛନ୍ତି ।

Leave a Reply

Your email address will not be published.