ଭଙ୍ଗା ହେଲା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୁରୁଣା କୋଠା

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୁରୁଣା କୋଠା ଆଜି ଭଙ୍ଗା ଯାଉଛି । ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ଥିବାବେଳେ କୋଠା ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ବଡ ଦାଣ୍ଡରୁ ପ୍ରାୟ ୨୦ଫୁଟ ଭିତର ଭଙ୍ଗା ଯାଉଛି । ତେବେ ପ୍ରଶାସନର ନୂତନ କୋଠା ସୁରକ୍ଷିତ ରହିଛି । ଶ୍ରୀମନ୍ଦିର ୭୫ମିଟର ସୀମା ମଧ୍ୟରେ ପ୍ରଶାସନ ନୂତନ କୋଠା ନିର୍ମାଣ ହେବ । ହେରିଟେଜ କରିଡରର ରୂପ ରେଖ ପ୍ରସ୍ତୁତି ସାରିଥିବା ବେଳେ ଏହା ମଧ୍ୟରେ ପ୍ରଶାସନ କୋଠା ଦୁଇମହଲା ବିଶିଷ୍ଟ କରାଯିବ । ସମ୍ପୂର୍ଣ ମନ୍ଦିର ପରିବେଶକୁ ଉପଭୋଗ କରିବା ପାଇଁ ଏହା ଉପରେ ଏକ ଭିଉ ଗ୍ୟାଲେରୀ ରହିବ । ନୂତନ କୋଠାର ନିର୍ମାଣରେ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।

Leave a Reply

Your email address will not be published.