ପୁରୀ ପୋଲିସକୁ ମନ୍ଦିର ଲୁଟେରାଙ୍କ ଖୁଲମ ଖୁଲା ଚ୍ୟାଲେଞ୍ଜ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ପୋଲିସକୁ ମନ୍ଦିର ଲୁଟେରାଙ୍କ ଖୁଲମ ଖୁଲା ଚ୍ୟାଲେଞ୍ଜ । ପୁଣି ପୋଲିସକୁ ଚକମା ଦେଖାଇ ପୁରୀ ସଦର ବ୍ଳକ ଚନ୍ଦନ ପୁର ଥାନା ଅନ୍ତର୍ଗତ ବିରନରସିଂହ ପୁର ଗ୍ରାମର ଗୋପୀନାଥ ମନ୍ଦିରରୁ ୫ ଟି ଅଷ୍ଟ ଧାତୁ ମୂର୍ତ୍ତି ଗତକାଲି ରାତିରେ ଲୁଟ କରିଛନ୍ତି । ସ୍ତାନୀୟ ଲୋକ ସକାଳେ ଜାଣିବା ପରେ ପୋଲିସକୁ ଖବର ଦେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଗତ ଦୁଇ ଦିନ ତଳେ କଣାସ ବକୁ ଅଞ୍ଚଳର ଇସାଣେଶ୍ୱର ମନ୍ଦିର ରୁ ଦୁର୍ବୁତ୍ତ ଅଷ୍ଟ ଧାତୁ ମୂର୍ତ୍ତି ଲୁଟି ନେଇଥିଲେ । ଏହି ଘଟଣା ପଛରେ କାହାର ହାତ ଅଛି ପୁରୀ ପୋଲିସ ତାହାର ଟେର ପାଇ ନଥିବାବେଳେ ଆଜି ପୁଣି ମନ୍ଦିରରୁ ଲୁଟ ହୋଇଛି । ଗତ ଏକ ମାସ ହେବ ପୁରୀ ଜିଲ୍ଲାର ଏମାଧିକ ମନ୍ଦିର ଦୁର୍ବୁତ୍ତମାନେ ଲୁଟ କରି ଚାଲିଥିବା ବେଳେ ପୋଲିସ ଏହି ରାକେଟକୁ ଧରି ନପାରିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published.