ଭୋକର ଅନ୍ୟ ନାମ କୋଇଡା

ସୁନ୍ଦରଗଡ: ଭୋକର ଅନ୍ୟ ନାମ କୋଇଡା ଖଣି ଅଞ୍ଚଳ । ସମସ୍ତ ସରକାରୀ କାର୍ଯ୍ୟ ଫାଇଲ ଭିତରେ । ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକ ଅଞ୍ଚଳରେ କରୋନା ମହାମାରୀର ପ୍ରକୋପରେ ଲୋକେ ଭୋକ ଉପାସରେ କାଳ କାଟିବା ସହ ଇହଲୀଳା ସମ୍ବରଣ କରୁଥିବା ବେଳେ ଆଉ କେତେକ ଅନ୍ୟର ଆଶ୍ରାରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ।


ଶୁଣିବାକୁ ମିଳୁଛିଯେ, ଏହି ଅଞ୍ଚଳ ଓ ସ୍ଥାନୀୟ ସରକାରୀ ଅଧିକାରୀ ଖଣି ମାଫିଆଙ୍କ ହାତ ମୁଠାରେ । ହେଲେ ଏ ନିରୀହ ନିଷ୍ପାପ ମଣିଷ ଗୁଡା ବର୍ଷ ବର୍ଷ ଧରି କାନ୍ଦି କାନ୍ଦି ଦିନ କାଟୁଛନ୍ତି ଏଠାରେ । ଯାହାର ଦୃଶ୍ୟ କ୍ୟାମେରା ସାମ୍ନାକୁ ଆସିଛି । ରାଜ୍ୟର ଖଣି ରାଜଧାନୀ କୋଇଡାର, ଭୋକର ଭୂଗୋଳ ଆଜି ଦେଶ ତମାମ୍ ଚର୍ଚ୍ଚା ହେଉଛି । ଖଣି ତଳେ ଥାଇ ଭୋକରେ କିଏ ଅଇଁଠା ପତ୍ର ଚାଟୁଛି ତ କିଏ ଦୃଷ୍ଟିବାଧିତ ହୋଇବି ସରକାରୀ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡି ପେଟରେ ଓଦା କନା ଦେଇ ଅନାହାରରେ ମୃତ୍ୟୁକୁ ଅପେକ୍ଷା କରି ପଡି ରହିଛି । ଆଉ ଏମାନେ ନା ଆଜି ଯାଏଁ ନିଜର ପରିଚୟ ପାଇ ପାରିଲେ ନା ନିଜର ହକ୍ । ପୋକମାଛି ପରି କେବଳ ବଞ୍ଚିବା କଥା ।

ତେବେ ଏଠାରେ ପ୍ରଶ୍ନ ଉଠୁଛିଯେ, ଗୋଟିଏ ଗଣତାନ୍ତ୍ରୀକ ସରକାରୀ ବ୍ୟବସ୍ଥା ଥିବା ରାଜ୍ୟରେ ଏସବୁ ତାରତମ୍ୟ ସହ ବୈମାତୃକ ମନୋଭାବ କେଉଁ ଉଦେଶ୍ୟରେ । କୋଇଡାରେ ମାଳ ମାଳ ଯୋଜନା, ହେଲେ ଗରୀବ ପରିବାର ପାଖକୁ ସବୁ ଅପହଞ୍ଚ ଯାହା କୋଇଡା ବାସୀଙ୍କ ଠାରୁ ଶୁଣିବାକୁ ମିଳିଛି । ସରକାରୀ କଳ ଦ୍ବାରା ସମସ୍ତ କାର୍ଯ୍ୟ ହେଉଛି ହେଲେ ସବୁ ରହିଯାଉଛି କଲମ କାଗଜରେ ଲେଖା ହୋଇ ଫାଇଲ ଭିତରେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଏଠି ବାଟ ମାରଣା । ତେବେ ଏଠି କାହା ପାଇଁ ସବୁ ଲାଗୁ କରୁଛନ୍ତି ସରକାର। ଏହାର ସିଧାସଳଖ ପ୍ରଶ୍ନ ୫ଟି ସଚିବଙ୍କୁ ପଚାରିଛନ୍ତି କୋଇଡା ବାସୀ । କୋଇଡ଼ା ବାସୀଙ୍କ କହିବା ଅନୁଯାୟୀ ଖଣିରେ ପଶି ଖଣିଜ ପଦାର୍ଥ ବୋହି ନେଇ ଯାଉଛନ୍ତି ମାଫିଆ । ଏ ସବୁ ଜାଣି ମଧ୍ୟ ଚେଇଁ ଶୋଇଛନ୍ତି ବାବୁ ମାନେ । ନା ଖଣ୍ଡେ ଭଲ ରାସ୍ତା ଅଛି ନା ପୋଲଟିଏ ତିଆରି ହେଉଛି । ନେତାମାନେ ଆସି ଖାଲି ମିଛ ପ୍ରତିଶୃତି ଦେଇ ଚାଲି ଯାଆନ୍ତି । ହେଲେ କୋଇଡ଼ାର ବିକାଶ କଥା କେହିବି ଭାବୁ ନାହାଁନ୍ତି। ନା ସ୍ଥାନୀୟ ପ୍ରଶାସନର ଏଥି ପ୍ରତି ଦୃଷ୍ଟି ଅଛି ନା ସ୍ଥାନୀୟ ବିଧାୟକ ଓ ସରପଞ୍ଚଙ୍କ ଏଥି ପ୍ରତି ଦୃଷ୍ଟି ଦେଉଛନ୍ତି।

କୋଇଡ଼ାରେ ଆଜି କିଏ ଖାଇବାକୁ ପାଉନାହିଁ ତ ଆଉ କାହାର ରହିବାକୁ ଘର ଖଣ୍ଡିଏ ବି ନାହିଁ । ଆଉ କିଏ ବାର୍ଦ୍ଧକ୍ୟ ଭତ୍ତା ପାଉ ନାହିଁ ତ ଆଉ କାହାକୁ ରାସନ କାର୍ଡ ମିଳି ନାହିଁ। ଏହି ପରିପେକ୍ଷୀରେ ଅନ୍ୟପଟେ କୋଇଡାରେ ଲକ୍ ଡାଉନ୍, ସଟ୍ ଡାଉନ୍ ଲାଗିରହିଥିବା ବେଳେ ହଜାର ହଜାର ଟ୍ରକ୍ ଚାଲିଛି କିନ୍ତୁ ଏଠି ଛାର୍ ଗରିବ ଲୋକଙ୍କ ଦୁଃଖ ଶୁଣିବାକୁ ସତେକି ଯେପରି କେହି ନାହାନ୍ତି ।

ସୁନ୍ଦରଗଡ କୋଇଡାରୁ ସନ୍ତୋଷ କୁମାର ପାତ୍ରଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.