ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗରେ ତଦନ୍ତ

ବାଙ୍କୀ, (ନାଗରାଜ ନ୍ୟୁଜ): ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ପଞ୍ଚାୟତରେ ହୋଇଥିବା ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ କଂଗ୍ରେସ ଓ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏନେଇ ରାଜ୍ୟ ପଞ୍ଚାୟତ ରାଜ ବିଭାଗର ୪ ଜଣିଆ ପ୍ରତିନିଧି ଦଳ ଆସି ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ତଦନ୍ତ ଆରମ୍ଭ କରିବା ସହିତ ବୁଲି ଦେଖିଥିଲେ । ଦୁଲଣାପୁର ଗ୍ରାମର ମଙ୍ଗଳା ପାଖରୀରାସ୍ତା, ବାରବାଟୀ ରାସ୍ତା, ପୋଖରୀ ଓ ଖେଳ ପଡିଆ ଆଦି ୧୧ଟି ପ୍ରକଳ୍ପର ତଦନ୍ତ କରାଯାଇଛି । ପଞ୍ଚାୟତ ରାଜ ବିଭାଗର ସଚିବ ଅଶୋକ ମିନାଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ୪ଜଣିଆ ଟିମ ଏସବୁର ତଦନ୍ତ କରିଛନ୍ତି । ଏଥିସହିତ ବାଙ୍କୀ ଡମପଡା ବ୍ଲକର ସରକାରୀ କର୍ମଚାରୀ ଉପସ୍ଥିତ ରହି ତଦନ୍ତରେ ସହଯୋଗ କରିଥିଲେ ।

Leave a Reply

Your email address will not be published.