ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ପାଟଣାଗଡ଼, (ନାଗରାଜ ନ୍ୟୁଜ): ମାଲକାନଗିରି ଜିଲ୍ଲାର ବିପର୍ୟ୍ୟସ୍ଥ ସ୍ୱାସ୍ଥ୍ୟ ସେବା ଖବର ପରିବେଷଣ କରି ସରକାରଙ୍କ ବ୍ୟବସ୍ଥାକୁ ଅବହେଳା କରୁଥିବା ଡାକ୍ତରମାନଙ୍କ ପ୍ରକୃତ ଚେହେରାର ପର୍ଦାଫାସ । କେତେ ଅସାଧୁ ଡାକ୍ତରମାନଙ୍କ ପାଇଁ ଉଭୟ ଡାକ୍ତର ସମାଜ ଓ ସରକାରି ସ୍ୱାସ୍ଥ୍ୟ ସେବାରେ କଳଙ୍କିତ ହେଉଛି । ଏହି ତଥ୍ୟକୁ ଲୋକଲୋଚନକୁ ଆଣିବା ପାଇଁ କାର୍ୟ୍ୟରତ ସାମ୍ବାଦିକଙ୍କୁ ଟାର୍ଗେଟ କରି ନିଜ ଦୋଷ ଲୁଚାଇବା ପାଇଁ ସାମ୍ବାଦିକ ନାଁରେ ମିଥ୍ୟା ଏତଲା ଉପରେ ପୋଲିସ କୌଣସି ପ୍ରକାର ତଦନ୍ତ ନ କରି ଅଧରାତିରେ ଗିରଫ କରି କୋର୍ଟଚାଲାଣ କରିବା ଘଟଣା କୁ ପ୍ରେସ କ୍ଲବ ତୀବ୍ର ନିନ୍ଦା କରିଛି । ସତ୍ୟ ଖବର ପ୍ରସାରଣ କରିଥିବା କେରୁଆକୁଣ୍ଡା ବ୍ଳକରେ ୫ ଜଣ କାର୍ୟ୍ୟରତ ସାମ୍ବାଦିକ କୁ ଗିରଫ କରି କୋର୍ଟ ଚାଲାଣ ଘଟଣାରେ ରାଜ୍ୟର ସାମ୍ବାଦିକ ଜଗତ ମର୍ମାହତ ।

ପୋଲିସର ଦମନ ନୀତିକୁ ବିରୋଧ କରି ସାମ୍ବାଦିକମାନଙ୍କୁ ନିସର୍ତ୍ତ ଜେଲରୁ ଖଲାସ କରିବା ସହ ମିଥ୍ୟା ମାମଲା ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀଙ୍କୁ ପ୍ରଦାନ କରାଯାଇଥିଲା । ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ସଭାପତି କରୁଣା କର ବୁଡେକଙ୍କ ସହ ଉପସଭାପତି ଗୋରେଖନାଥ ବରିହା, ସଂପାଦକ ବିମଳ କୁମାର ବାଗ, ଲଲିତ କୁମାର ମିଶ୍ର, ଘନ ଭୋଇ, ମୁଖ୍ୟ ଉପଦେଷ୍ଟା ଜଗଦୀଶ ଭୋଇ । ଲାବଣ୍ୟ ପୁରୋହିତ, ଭୋଜରାଜ ଦୀପ, ଶେଷଦେବ ସିଂ ନାୟକ, ଦୂର୍ୟ୍ୟୋଧନ ବର୍ଗେ, ପ୍ରତ୍ୟୂଷ ରଞ୍ଜନ ଖମାରୀ ଓ ଲଲିତ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.