ଖରାପ ଭିଡ଼ିଓ ଭାଇରଲ ପାଇଁ ନାବାଳିକା ର ଆତ୍ମହତ୍ୟା କେତେ ସତ କେତେ ମିଛ ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଅଶ୍ଲିଳ ଭିଡିଓ ଭାଇରାଲ ପାଇଁ ନାବାଳିକା ଆତ୍ମହତ୍ୟା ଅଭିଯୋଗ।ଢେଙ୍କାନାଳ ଟାଉନଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ନାବାଳିକାର ବାପା।ଭିଡିଓ ଭାଇରାଲ କରିଥିବା ନାବାଳକ ଯୁବକ ଜଣଙ୍କ ଅତ୍ମହତ୍ୟା କରିଥିବା ନାବାଳିକା ରହୁଥିବା ସେହି ବସ୍ତିର ବୋଲି ଜଣାପଡିଛି।ଏନେଇ ଟାଉନଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ନାବାଳିକାର ବାପା।ଘଟଣାରେ ପୋଲିସ ନାବାଳକକୁ ଅଟକରଖି ପଚରାଉଚରା କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ଘଟଣାକୁ ନେଇ ଟାଉନଥାନା କାଲଟାକ୍ସ ଫାଣ୍ଡି ଅଞ୍ଚଳରେ ସୃଷ୍ଟି ହୋଇଛି ଆଲୋଡନ ।ନାବାଳିକା ଝିଅ ଜଣଙ୍କ ନବମ ଶ୍ରେଣୀରେ ପଢୁଥିଲା ବୋଲି ଜଣାପଡିଛି।ସେ ଗାଧୋଇବା ସମୟର ଭିଡିଓ ନିଜ ମୋବାଇଲରେ ଉତ୍ତୋଳନ କରି ସେହି ସାହିରେ ଭାଇରାଲ କରିଥିବା ଅଭିଯୋଗ କରିଛନ୍ତି ନାବାଳିକା ଝିଅର ମା।ଆଉ ଭିଡିଓ ଭାଇରାଲ ହେବାପରେ ଝିଅ ସହି ନପାରି ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published.